କନ୍ଧମାଳରେ ବେଆଇନ ଭାବେ ବାଘ ଛାଲ ଚାଲାଣ ଜଣେ ଗିରଫ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ବେଆଇନ ଭାବେ ବାଘ ଛାଲ ଚାଲାଣ କରିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବନ ବିଭାଗ ଜଣଙ୍କୁ ଗିରଫ କରିଛି। ମଙ୍ଗଳବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଫୁଲବାଣୀର ଗାନ୍ଧିଛକ ଠାରୁ ଗିରଫ ହୋଇଥିବା ଅଭିଯୁକ୍ତର ନାଁ ହେଲା ପଞ୍ଚାନନ ଦିଗାଲ (୩୮)। ବନ ବିଭାଗ ପୂର୍ବରୁ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନେ ହେଲେ ସୁଦ୍ରୁକୁମ୍ପାର ଅର୍ଜୁନ ଗଣ୍ଡ ଓ ତୀର୍ଥ ମଲ୍ଲିକ।


