କନ୍ଧମାଳରେ ଭିଜିଲାନ୍ସ ସପ୍ତାହ ପାଳିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା କଟକଣା ଯୋଗୁଁ ଭିଜିଲାନ୍ସ ସପ୍ତାହ ଅବସରରେ ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟ ପରିସରରେ ସ୍ୱଳ୍ପ କର୍ମଚାରୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଯାଇଛି। ଏହା ଆଗାମି ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ନିଷ୍ଠାର ସହ କାର୍ଯ୍ୟ ତୁଲାଇବା ପାଇଁ ଶପଥ ଗ୍ରହଣ କରାଯାଇଥିଲା। ସେହିପରି ଦେଶରେ ସମସ୍ତେ ସତର୍କତା ଓ ନିଷ୍ପାର ସହିତ କାମ କଲେ ଏକ ସମୃଦ୍ଧ ଓ ସାର୍ଥକ ଭାରତ ଗଠନ କରିହେବ ବୋଲି ଭିଜିଲାନ୍ସ ଏଏସ୍‍ଆଇ ଗିରିଶ ଚନ୍ଦ୍ର ଦାସ ପ୍ରକାଶ କରିଥିଲେ। କାର୍ଯ୍ୟାଳୟ ବାହାରେ ଅନୁଷ୍ଠିତ ଏହି ସପ୍ତାହ ପାଳନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର କର୍ମଚାରୀ ଦିଲ୍ଲୀପ କୁମାର ଜେନା, ବିଜୟ କୁମାର ହଂସ, ୱାଇ.ଭି.ରବିକିରନ, ମନୋଜ କୁମାର ନାୟକ, ଦିଲିପ୍‍ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ