କନ୍ଧମାଳରେ ଲଜ୍ଜ୍ୟା ,ଅଷ୍ଟମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ
ପୁଣି ଲଜ୍ଜ୍ୟା । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ସହରରେ ଆଲୋଡନା ସୃଷ୍ଟି କରିଛି । ସୂଚନା ଅନୁଯାୟୀ ଗତ ଆଠ ମାସ ତଳେ ଛାତ୍ରୀ ଜଣକ ସ୍କୁଲ ଗଲା ସମୟରେ ସଇତାନ ଜାଲର ଶୀକାର ହୋଇଥିଲେ । ନିରୋଳା ସ୍ଥାନ ହୋଇଥିବାରୁ କେହି କିଛି ଜାଣିପାରିନଥିଲେ । ସଇତାନ ଯୁବକ ଜଣକ ନାବାଳିକା ଜଣଙ୍କୁ ଦୁଷ୍କର୍ମ କରିବା ପରେ ପରିବାର କିମ୍ଭା ଗ୍ରାମବାସୀଙ୍କୁ କହିଲେ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲା । ନାବାଳିକା ଜଣକ ହତ୍ୟା ଧମକ ର ଭୟ ଓ ଲୋକଲଜ୍ଜ୍ୟା କୁ ଭୟ କରି କାହାକୁ କିଛି କହିନଥିଲେ । ଦୀର୍ଘ ଆଠମାସ ପରେ ନାବାଳିକା ଜଣକ ଅସୁସ୍ଥ ଅନୁଭବ କରିଥିଲେ । ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ନାବାଳିକା ଜଣକ ଗର୍ଭବତୀ ଥିବା ଡାକ୍ତର କହିଥିଲେ । ଏହି ଘଟଣା ପରେ ନାବାଳିକା ଜଣକ ଡାକ୍ତରଙ୍କ ସାମ୍ନାରେ ସବୁ ଘଟଣା ବଖାଣିଥିଲେ । ଏହା ପରେ ପରିବାର ପକ୍ଷରୁ ଯୁବକ ନାମରେ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ପୋଲିସ ସଂପୃକ୍ତ ଯୁବକକୁ ଥାନାକୁ ଡାକିଆଣି ପଚରାଉଚାରା କରୁଛି । ଏହି ଘଟଣା ପରେ ନାବାଳିକା ଜଣଙ୍କୁ ଫୁଲବାଣୀ ମେଡିକାଲରେ ଡାକ୍ତରି ମାଇନା କରିଥିବା କଥା ପୋଲିସ କହିଛି ।


