କନ୍ଧମାଳରେ ଶବଦାହ ପାଇଁ କାଠ ମିଳୁନି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା କଂଗ୍ରେସ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦରମହକୁମାରେ ଥିବା କାଠ ଡ଼ିପୋରେ ଶବଦାହ ପାଇଁ ଏବେ କାଠ ମିଳୁନି। ଏନେଇ ପୂର୍ବରୁ ବିଭିନ୍ନ ମହଲରେ ଦାବି ହେଉଥିବାବେଳେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ସହରର ୩ଟି ଦାବିପୂରଣ ପାଇଁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ସହରରେ କାଠ ମିଳୁନଥିବାରୁ ଶବସତ୍କାର ବେଳେ ଆତ୍ମୀୟବର୍ଗ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହାର ସମାଧାନ ପାଇଁ ସହରରେ ଏକ ବୈଦୁତିକ ଶବଦାହ ଚୁଲା ପ୍ରତିଷ୍ଠା କରିବା, ସହର ମଧ୍ୟଦେଇ ଯାଇଥିବା ପିଲାସାଲୁଙ୍କି ନଦୀରରେ ନର୍ଦ୍ଦମା ପାଣି ମିଶି ଏହାକୁ ଦୁଷିତ କରୁଛି। ତେଣୁ ଯେପରି ନର୍ଦ୍ଦମା ପାଣି ନଦୀରେ ନମିଶିବ ତାହାର ସ୍ଥାୟୀ ସମାଧାନ କରିବା ଏବଂ ସହରର ରାସ୍ତାରେ ଦିନରାତି ବୁଲା ଗୋରୁଙ୍କୁ ହଟାଇବାକୁ ସ୍ଥାୟୀ ସମାଧାନ ପ୍ରମୁଖ ଦାବି କରିଛି ଯୁବ କଂଗ୍ରେସ। ଏକମାସ ମଧ୍ୟରେ ଏହିସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନନେଲେ ଯୁବ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଏହି ଦାବିପତ୍ରରେ ଉଲ୍ଲେଖ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ