କନ୍ଧମାଳରେ ସାଇକଲ ରାଲିରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଷ୍ଟାଡିୟମ ଫୁଲବାଣୀରେ ସାଇକେଲ ରାଲି ଜରିଆରେ ଲୋକଙ୍କୁ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ନେହେରୁ ଯୁବ କେନ୍ଦ୍ରର ଆୟୋଜନରେ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଷ୍ଟାଡିୟମ ଦାୟିତ୍ୱରେ ଥିବା ଅଧିକାରୀ ଜୀତେନ୍ଦ୍ର କୁମାର ମହାକୁଡ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ନେହେରୁ ଯୁବ କେନ୍ଦ୍ରର ସହକର୍ମୀ ସତ୍ୟବାନ ଦଳବେହେରା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଅନୁପ ବିକ୍ରମ ପାତ୍ର, ରିତାରାଣୀ ସାହାଣୀ ଏବଂ ଅନ୍ୟ ସ୍ୱେଚ୍ଛାସେବୀ ମାନେ ସହାୟତା କରିଥିଲେ। ଏହି ସାଇକେଲ ରାଲି କନ୍ଧମାଳ ଷ୍ଟାଡିୟମରୁ ବାହାରି ଫୁଲବାଣୀ ସହରରେ ସାଇକଲ ଚାଳନା ଦ୍ୱାରା ମଧ୍ୟ ଶରୀରକୁ ଫିଟ ରଖାଯାଇ ପାରିବ ଏବଂ ଶରୀରକୁ ସୁସ୍ଥ ରଖିବାକୁ ବ୍ୟାୟାମ କରିବାର ଆବଶ୍ୟକତା ରହିଥିବା ନେଇ ବାର୍ତା ପ୍ରଚାର କରାଯାଇଥିଲା। ଆରମ୍ଭ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କନ୍ଧମାଳର ସମସ୍ତ ବ୍ଳକରେ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା କରାଯିବ ବୋଲି ନେହେରୁ ଯୁବ ସଂଗଠନ ପକ୍ଷରୁ କୁହାଯାଇଛି।


