କନ୍ଧମାଳରେ ସୋମବାର ପୁଣି ୧୭କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି।ଫଳରେ ପ୍ରଶାସନ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ଆଜି କନ୍ଧମାଳ ରେ ପୁଣି ୧୭କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୯୧୬ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୫୨୯ ଜଣ ସୁସ୍ଥ ହୋଇ ସେମାନଙ୍କ ର ଘରକୁ ଫେରିଛନ୍ତି।ଜିଲ୍ଲା ରେ ୫ ଜଣଙ୍କ କରୋନା ରେ ମୃତ୍ୟୁ ଘଟିଛି।ଅନ୍ୟାନ୍ୟ କୋଭିଡ଼ ହସ୍ପିଟାଲରେ ଆଉ ୩୮୨ ଜଣ ଚିକିତ୍ସିତ ହେଉଛନ୍ତି।ତେବେ ଆଜି ଜିଲ୍ଲାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ସଂଖ୍ୟା ୧୭ ମଧ୍ୟରୁ ୭ଜଣ ପୁରୁଷ ହୋଇଥିବା ବେଳେ ୧୦ଜଣ ମହିଳା ।ସେମାନଙ୍କ ମଧ୍ୟରୁ ଫୁଲବାଣୀର ୫ ଜଣ ହୋଇଥିବା ବେଳେ ଜି. ଉଦୟଗିରି ର ଜଣେ, ଦାରିଙ୍ଗବାଡିର ୩ଜଣ ,କ ନୂଆଗାଁର ଜଣେ, ଫିରିଙ୍ଗିଆର ୨ଜଣ, ତୁମୁଡିବନ୍ଧ ର ୪ଜଣ ଓ ବାଲିଗୁଡା ର ଜଣେ ରହିଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି।ତେବେ ଜିଲ୍ଲାର କେତେକ ସଂକ୍ରମିତ ଅଞ୍ଚଳକୁ ବାଦ ଦେଲେ ସମଗ୍ର ଜିଲ୍ଲାକୁ ଜିଲାପାଳଙ୍କ ନିର୍ଦେଶ ରେ ଲକଡାଉନ ଘୋଷଣା କରାଯାଇଛି।ସେଥିପାଇଁ ଜିଲ୍ଲାବାସୀଙ୍କୁ ଅତ୍ୟନ୍ତ ଆବଶ୍ୟକ ସ୍ଥଳେ ଘରୁ ବାହାରିବାକୁ କୁହାଯାଇଛି।ଘରୁ ବାହାରିବା ସମୟରେ ମାସ୍କ ପିନ୍ଧିବା ଜରୁରୀ ସହିତ ସାମାଜିକ ଦୂରତା ବଜାୟ ରଖି ଯାତାୟତ କରିବା ସମୟରେ,ବଜାର ସଉଦା କିଣିବା ସମୟରେ ସାମାଜିକ ଦୂରତା ରକ୍ଷା କରିବା ଆବଶ୍ୟକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ