କନ୍ଧମାଳର  ଜିଲ୍ଲା ପରିଷଦ ଜୋନ ପାଇଁ ବିଜେଡି  ପ୍ରାର୍ଥୀ ଘୋଷଣା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : ଜିଲ୍ଲାର ୧୮ଟି ଜୋନ ପାଇଁ ଫୁଲବାଣୀ ସ୍ଥିତ ପାରିଜାତ କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏକ କର୍ମୀ ସମ୍ମୀଳନୀରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଉପସ୍ଥିତିରେ ଏବଂ ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମୀଳନୀରେ ଜିଲ୍ଲାର ସହ ପ୍ରଭାରୀ କିଶୋର ମେହେର ବି.ଜେ.ଡି ସୁପ୍ରିମୋ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କନ୍ଧମାଳ ଜିଲ୍ଲା ପରିଷଦର ପ୍ରାର୍ଥୀ ମାନଙ୍କର ଚୁଡାନ୍ତ ତାଲିକାର ବନ୍ଦ ଲଫାପାକୁ ସର୍ବସମ୍ମୁଖରେ ଖୋଲି ଘୋଷଣା କରିଥିଲେ । ଉକ୍ତ ତାଲିକା ଅନୁଯାୟୀ କନ୍ଧମାଳ ଜି୍‌ଲ୍ଲାର କ.ନୁଆଗାଁ ବ୍ଳକ ଜୋନ ନମ୍ବର ୧ ପାଇଁ ଅନିତା ମଲ୍ଲିକ ଓ ଜୋନ ନମ୍ବର ୨ ପାଇଁ ଶୁସାନ୍ତ କହଁର, ଖଜୁରୀପଡା ବ୍ଳକ ଜୋନ ନମ୍ବର ୩ ପାଇଁ ମମତା ମଲ୍ଲିକ ଓ ଜୋନ ନମ୍ବର ୪ ପାଇଁ ଶୁଭଶ୍ରୀ ନାୟକ,ଘୁ.ଉଦୟଗିରି ବ୍ଳକ ଜୋନ ନମ୍ବର ୫ ପାଇଁ ଲିଲିମା ପ୍ରଧାନ,ଚକାପାଦ ବ୍ଳକ ଜୋନ ନମ୍ବର ୬ ପାଇଁ ମମତାରାଣି ବେହେରା, ଟିକାବାଲି ବ୍ଳକ ଜୋନ ନମ୍ବର ୭ ପାଇଁ ସାଧବାଣି ନାୟକ ଓ ୮ ପାଇଁ ନମିତା କହଁର,ତୁମୁଡିବନ୍ଧ ବ୍ଳକ ଜୋନ ନମ୍ବର ୯ ପାଇଁ ନବୀନ ପାତ୍ର,ଦାରିଙ୍ଗବାଡି ବ୍ଳକ ଜୋନ ନମ୍ବର ୧୦ ପାଇଁ ରଞ୍ଜନ କୁମାର ପ୍ରଧାନ ଓ ୧୧ ପାଇଁ ରମାକାନ୍ତ ମାଝୀ,ଫିରିଙ୍ଗିଆ ବ୍ଳକ ଜୋନ ନମ୍ବର ୧୨ ପାଇଁ ନିଳଗିରି ଦିଗାଲ ଓ ୧୩ ପାଇଁ ଜୟଶ୍ରୀ କହଁର,ଫୁଲବାଣୀ ବ୍ଳକ ଜୋନ ନମ୍ବର ୧୪ ପାଇଁ ଚନ୍ଦ୍ରମା ମଲ୍ଲିକ,ବାଲିଗୁଡା ବ୍ଳକ ଜୋନ ନମ୍ବର ୧୫ ପାଇଁ ନଳିନି ମଲ୍ଲିକ ଓ ୧୬ ପାଇଁ ଆଶିସ ଦିଗାଲ,ରାଇକିଆ ବ୍ଳକ ଜୋନ ନମ୍ବର ୧୭ ପାଇଁ ସୁନନ୍ଦା ବେହେରା ଓ ଜୋନ ନମ୍ବର ୧୮ ପାଇଁ ମମତା ରାଣି ପ୍ରଧାନ ଙ୍କୁ ଦଳ ପକ୍ଷରୁ ପ୍ରାର୍ଥି କରାଯାଇଥିବା ନେଇ ସହପ୍ରଭାରୀ ଘୋଷଣା କରିଥିଲେ । ଦଳପକ୍ଷରୁ ଚୟନ କରାଯାଇଥିବା ଏହି ସମସ୍ତ ପ୍ରାର୍ଥି ମାନେ ଆସନ୍ତା । ୨୦ ଓ ୨୧ ତାରିଖରେ ନିଜନିଜ ଅଂଚଳର ଉପଜିଲ୍ଲାପାଳଙ୍କ ନିକଟରେ ବିନା ଆଡମ୍ବରରେ କୋଭିଡ କଟକଣା ଅନୁଯାୟୀ ସେମାନଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ପରାମର୍ଶ ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ