କନ୍ଧମାଳର ନୂତନ ଏସପି ଭାବେ ଭିନିତ୍ ଅଗ୍ରୱାଲ ଙ୍କ ଦାୟିତ୍ୱ ଗ୍ରହଣ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ନୂତନ ଏସପି ଭାବେ ଭିନିତ୍ ଅଗ୍ରୱାଲ ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବତନ ଏସପି ପ୍ରତୀକ ସିଂଙ୍କ ଠାରୁ ଦାୟିତ୍ୱ ନେଇଛନ୍ତି। ଶ୍ରୀ ଅଗ୍ରୱାଲ ଏହା ପୂର୍ବରୁ ନୂଆପଡ଼ା ଏସପି ଭାବେ ଦାୟିତ୍ୱରେ ଥିଲେ। ପୂର୍ବରୁ ସେ ବାଲିଗୁଡ଼ା ଏସଡିପିଓ ଭାବେ ମଧ୍ୟ କାର୍ଯ୍ୟ କରିଥିବାରୁ ଜିଲ୍ଲା ବିଷୟରେ ତାଙ୍କର ସାମ୍ୟକ ଧାରଣା ରହିଛି ଯାହା ତାଙ୍କୁ କନ୍ଧମାଳରେ କାର୍ଯ୍ୟକରିବାରେ ସହାୟକ ହେବ ବୋଲି ଶ୍ରୀ ଅଗ୍ରୱାଲ ଦାୟିତ୍ୱ ଗ୍ରହଣ ପରେ କହିଛନ୍ତି। ଏଥିସହିତ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ସହ ମାଓବାଦୀ ଓ ଗଞ୍ଜେଇ ଚାଲାଣ ରୋକିବା ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ