କନ୍ଧମାଳର ବିଭିନ୍ନ ଶହୀଦଙ୍କ ପରିବାରକୁ ଭେଟିଲେ ଆରକ୍ଷୀ ଅଧୀକ୍ଷକ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କର୍ତ୍ତବ୍ୟରତ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଶହୀଦ ମାନଙ୍କ ପରିବାରଙ୍କୁ ଭେଟିଛନ୍ତି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର। ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ସୁବିଧା ଅସୁବିଧା ବୁଝିଛନ୍ତି ଏସପି ଶୁଭେନ୍ଦୁ କୁମାର ପାତ୍ର। ନକ୍ସଲ ଆକ୍ରମଣରେ ଲ୍ୟାଣ୍ଡ ମାଇନ ବିଷ୍ଫୋରଣରେ ଶହୀଦ ହୋଇଥିବା ଉମାକାନ୍ତ ଜାନୀ, ସଂଗ୍ରାମ କୁମାର ଲେଙ୍କା ଓ ସୁନାଶୀର ମହାନ୍ତିଙ୍କ ସମେତ କୋଭିଡ଼୍ ସମୟରେ ସହିଦ୍ ହୋଇଥିବା ସୁବାଷ ଚନ୍ଦ୍ର ସାହୁ ଓ ଅନ୍ୟ ଶହୀଦମାନଙ୍କ ଘରକୁ ଯାଇ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ଏସପି ଓ ପୁଲିସ ବିଭାଗର ଅନ୍ୟ ଅଧିକାରୀ ସାକ୍ଷାତ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ, ରିଜର୍ଭ ଇନିସପେକ୍ଟର ବିରସିଂ ବରିଆ, ଟାଉନ ଥାନା ଅଧିକାରୀ କନକ ମାଝୀ ଓ ଅନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ