କନ୍ଧମାଳର ମୋନିକାଙ୍କ ପରେ ମେଲିସା
ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): ଜାତୀୟ କିଶୋରୀ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ କନ୍ଧମାଳ ଜିଲା ରାଇକିଆ ବ୍ଳକ ମାଣିକେଶ୍ୱର ପଂଚାୟତର ଗୁନ୍ଧାଣୀ ଗ୍ରାମର ଝିଅ ମେଲିସା ନାୟକ ମନୋନିତ ହୋଇଛନ୍ତି । ଗତ ଦିନରେ ମିସ୍ ଟିମ୍ ଡ଼ିଭାରେ ସାମିଲ୍ ହେବା ପାଇଁ ଗତ ସେପ୍ଟେମ୍ବର ମାସରେ ଅନ୍ ଲାଇନ୍ ମାଧ୍ୟମରେ ପରୀକ୍ଷା ଦେଇଥିଲେ । ଯେଉଁଥିରେ ସେ ସଫଳ ହୋଇଥିବା ନେଇ ଇମେଲ୍ ମାଧ୍ୟମରେ ସୂଚନା ମିଳିଛି । ଉକ୍ତ ପ୍ରତିଯୋଗିତରେ ଭାରତର ବିିଭିନ୍ନ ଅଂଚଳରେ ପ୍ରାୟ ୩ ହଜାର ପ୍ରତିଯୋଗି କୁଆଡ଼େ ସାମିଲ୍ ହୋଇଥିବା ବେଳେ କେବଳ ୨୫ ଜଣ ଏହି ପ୍ରତିଯୋଗିତା ପାଇଁ ମନୋନିତ ହୋଇଥିବାର ମେଲିସା ପ୍ରକାଶ କରିଛନ୍ତି । ତେବେ ଓଡ଼ିଶାର ୨ ଜଣ ମନୋନିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କନ୍ଧମାଳର ମେଲିସା ଓ ଭୁବନେଶ୍ୱରର ଜଣେ ପ୍ରତିଯୋଗୀ ଅଚନ୍ତି ବୋଲି ଜଣାପଡିଛି । ଗତ ମାସ ଶେଷ ବେଳକୁ ଏନେଇ ତାଙ୍କୁ ଇମେଲ୍ ମାଧ୍ୟମରେ ସୂଚନା ମିଳିଥିବାର ମେଲିସା ପ୍ରକାଶ କରିଛନ୍ତି । ତେବେ ଏହାର ପରବର୍ତ୍ତି ବିଭିନ୍ନ ପର୍ଯ୍ୟୟ ଅନୁଷ୍ଠିତ ହେବ । ଏଥି ପାଇଁ ବର୍ତ୍ତମାନ ଅର୍ଥର ଆବଶ୍ୟକତା ରହିଥିବା ବେଳେ ମେଲିସାଙ୍କ ପାଇଁ ବର୍ତ୍ତମାନ ଅର୍ଥ ସାଜିଛି ବାଧକ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ମେଲିସାଙ୍କୁ ପରବର୍ତ୍ତି ପର୍ଯ୍ୟାୟ ପାଇଁ କେହି ବ୍ୟକ୍ତି ବିଶେଷ କିମ୍ବା ପ୍ରଶାସନ ପକ୍ଷରୁ ସହଯୋଗ କରାଗଲେ ସେ ପରବର୍ତ୍ତି ପର୍ଯ୍ୟାୟ ରେ ସାମିଲ୍ ହୋଇ ପାରନ୍ତା ବୋଲି ପ୍ରକାଶ କରିଛନ୍ତି । ତେବେ ସମଗ୍ର ଭାରତରୁ ହଜାର ହଜାର ପ୍ରତିଯୋଗିଙ୍କ ମଧ୍ୟରୁ କନ୍ଧମାଳ ଜିଲାରେ ଜଣେ ମନୋନିତ ହୋଇଥିବା ଯୋଗୁଁ ତାହା ନିଶ୍ଚିତ ଭାବେ ଗର୍ବର କଥା ବୋଲି ଗୁନ୍ଧାଣୀ ଗ୍ରାମବାସୀ ଓ ଅନ୍ୟ ଶୁଭେଚ୍ଛୁମାନେ ପ୍ରକାଶ କରିବା ସହିତ ତାଙ୍କର ଭବିଷ୍ୟତ କାମନା କରିଛନ୍ତି । ମିସ୍ ଟିନ୍ ଡ଼ିଭା ପ୍ରତିଯୋଗିତା ପାଇଁ ମନୋନିତ ହୋଇଥିବା ମେଲିସା ବ୍ରହ୍ମପୁର ଖଲ୍ଲିକୋଟ କଲେଜର ବିଏସ୍ସି ତୃତୀୟ ବର୍ଷର ଛାତ୍ରୀ ଅଟନ୍ତି ।
ତେବେ ମହାମାରୀ କରୋନା ଯୋଗୁଁ ହୋଇଥିବା ଲକ୍ଡ଼ାଉନ୍ ସହିତ ଗତ ଦିନରେ ଯେଉଁମାନେ ରାଜ୍ୟ ବାହାରୁ ଫେରୁଥିଲେ ସେହିମାନେ ଜିଲାର ବିିଭିନ୍ନ କ୍ୱାରେଣ୍ଟାଇନରେ ରହୁଥିଲେ । ସେହିଭଳି ଭାବେ ବିହାର ରାଜ୍ୟରୁ ଫେରି କ୍ୱାରେଣ୍ଟାଇନରେ ରହି ନିଜର ଯୋଗ୍ୟତାକୁ ପ୍ରତିପାଦିତ କରିବାରେ ସଫଳ ହୋଇଥିଲେ ଜିଉଦୟଗିରି ବ୍ଲକ କୁର୍ମିଙ୍ଗିଆ ଗ୍ରାମର ଝିଅ ମୋନିକା ପ୍ରଧାନ । ସେହି ସମୟରେ ଅନଲାଇନରେ ଜାତୀୟସ୍ତରର ଫେସନ ପ୍ରତିଯୋଗିତା ଫଟୋଫକ୍ସ ମିସ୍ ଟିନ୍ ୨୦୨୦ ପ୍ରତିଯୋଗିତାରେ ସେ ଭାଗନେଇଥିବା ବେଳେ ଓଡ଼ିଶାର ମଧ୍ୟ ବହୁ ସଂଖ୍ୟରେ କିଶୋରୀ ଏଥିରେ ଭାଗନେଇଥିଲେ । ଶେଷରେ ୫୦ ଜଣ ଫାଇନାଲ୍ ପ୍ରତିଯୋଗିତା ପାଇଁ ସ୍କ୍ରିନ୍ଂ କରାଯାଇଥିଲା ଯେଉଁଥିରେ ମୋନିକା ମଧ୍ୟ ସାମିଲ ହେବା ସହିତ ଉକ୍ତ ପ୍ରତିଯୋଗିତାରେ ସେ ୩ୟ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇ ପାରିଥିଲେ । ବର୍ତ୍ତମାନ ମୋନିକା ଭୁବନେଶ୍ୱରରେ ବିଏମ୍ସି ନସିଂ ତାଲିମ୍ ନେଉଛନ୍ତି ।