କନ୍ଧମାଳର ରାଜରାସ୍ତାରେ ପଡିଲା ପିପିଇ କିଟ୍‍

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାମାରୀ କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବ୍ୟବହାର କରାଯାଉଥିବା ପିପିଇ କିଟ୍‍ କେତେବେଳେ ମାନସିକ ବିକୃତ ବ୍ୟକ୍ତି ପିନ୍ଧି ବାହାରେ ବୁଲୁଥିବା ଦେଖିବାକୁ ମିଳୁଛି ତ ଆଉ କେତେବେଳେ ଏହି ପିଇପି କିଟ୍‍ ନଦି ନାଳ ପୋଖରୀ ଅବା ରାଜସ୍ତାରେ ପଡିରହିଥବା ଦେଖିବାକୁ ମିଳିଛି। ବାରମ୍ବାର ଏଭଳି ଅଭିଯୋଗ ଆସୁଥିଲେ ମଧ୍ୟ ଚେତୁନି ସ୍ୱାସ୍ଥ୍ୟ ବିଭାଗ। ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ଦେଖିବାକୁ ମିଳିଛି। ତେବେ ପୁଣି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକର ସାରଙ୍ଗଡ ରାସ୍ତାର ପବିଙ୍ଗିଆ ଛକ ନିକଟ ରାସ୍ତାରେ ଥିବା ଏକ ଆମ୍ବଗଛ ତଳେ ପଡିଥିବା ଦେଖିବାକୁ ମିଳିଛି। ସକାଳୁ ସକାଳୁ ପବିଙ୍ଗିଆ ଅଂଚଳରେ କିଛି ଲୋକ ଦେଖିବା ପରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଅସନ୍ତୋଷ ବାତାବରଣ ସୃଷ୍ଟି ହୋଇଛି। ତେବେ କିଏ ଓ କାହିିଁକି ଏହି ପିଇପି କିଟକୁ ଏହି ଯାଗାରେ ଫୋପାଡ଼ି  ଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ଅନ୍ୟପଟେ ଏହି ପିଇପି କିଟ ପଡିଥିବା ଖବର ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜେ.ସାଇ ରଜତ ରଶ୍ମି ପାଇଲା ପରେ ସ୍ଥାନୀୟ ଅଗ୍ନିଶମ ବାହିନି ସହ ଯୋଗାଯୋଗ କଲାପରେ ଏହି ରାଜରାସ୍ତା କଡରେ ପଡିଥିବା ପିଇପି କିଟ୍‍କୁ ନଷ୍ଟ କରିଦିଆଯାଇଥିବାର ଜଣାଯାଇଛି। ତେବେ ଜିଲ୍ଲାରେ ବାରମ୍ବାର ଏଭଳି ପିଇପି କିଟ ରାଜରାସ୍ତାରେ ପଡିବା ଘଟଣାକୁ ଅଞ୍ଚଳରୁ ଜନସାଧାରଣ ନିନ୍ଦା କରିବା ସହ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ