କନ୍ଧମାଳ ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନ ଧର୍ମୀ ନାଟକ ‘ଆମେ କଣ୍ଢେଇ ନୁହଁ’

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ମହୋତ୍ସବ ଅବସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଫୁଲବାଣୀ ତରଫରୁ ଏକ ବିଶେଷ ଷ୍ଟଲ୍ କରାଯାଇ ସାଧାରଣ ଜନତାଙ୍କ ମଧ୍ୟରେ ଆଇନ୍ ସଚେତନତା ପାଇଁ ପ୍ରୟାସ ଜାରି ରହିଛି। ଜିଲ୍ଲା ଜଜ୍ ସତ୍ୟପୀର ମିଶ୍ର ଏହାର ଉଦଘାଟନ କରିଛନ୍ତି। ଜିଲ୍ଲା ଜଜ୍‌ଙ୍କ ସହିତ ଫୁଲବାଣୀର ସମସ୍ତ ବିଚାର ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ। ଆଇନସେବା ପ୍ରାଧିକରଣ ସଚିବ ଅନୁଶୀଳା ରୟଙ୍କ ସହିତ ଆଇନଜୀବୀ ସଂଘ ସଭାପତି ଓ ଅନ୍ୟ କର୍ମଚାରୀ ଏହାର ପରିଚାଳନାରେ ସହଯୋଗ କରିଥିଲେ।ମହୋତ୍ସବର ଦ୍ୱିତୀୟ ଦିବସରେ ଆଇନସେବା ପ୍ରାଧିକରଣ ତରଫରୁ ସଚେତନତା ଧର୍ମୀ ନାଟକ ‘ଆମେ କଣ୍ଢେଇ ନୁହଁ’ ପରିବେଷିତ ହୋଇଛି। ବରିଷ୍ଠ ଆଇନଜୀବୀ ବିଜୟ ପଟ୍ଟନାୟକଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ଏହି ନାଟକ ଶିଶୁ ଶ୍ରମିକ, ମହିଳାଙ୍କ ଉପରେ ଏସିଡ୍ ଆକ୍ରମଣ, ଅନ୍ଧ ବିଶ୍ବାସ ଆଦି ବିଷୟ ଉପରେ ଆଧାରିତ ଥିଲା ଏବଂ ବେଶ୍ ଆଦର ଲାଭ କରିଥିଲା। ନାଟକରେ ବୈଦ୍ୟନାଥ ଖଟୁଆ, ଅଶୋକ ପ୍ରଧାନ, ପ୍ରଭାସ ନାୟକ, ସୌମ୍ୟ ମିଶ୍ର, ଚନ୍ଦନ ନାୟକ, ସୁରେନ୍ଦ୍ର ପଡ୍ରା, ଅପନ୍ନା ବେହେରା, ସସ୍ମିତା ପ୍ରଧାନ, ପ୍ରଜ୍ଞା ମହାରଣା, ସୁପ୍ରଭା ନାୟକ, ରାଜଲକ୍ଷ୍ମୀ ମହାକୁଡ଼, ଅମିତା ପ୍ରଧାନଙ୍କ ବଳିଷ୍ଠ ଅଭିନୟ ସହ ବିନୋଦ ସାହୁଙ୍କ ବାଦ୍ୟ ଯନ୍ତ୍ର ସହାୟତାରେ ନାଟକଟି ସଫଳ ହୋଇ ପାରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ