କନ୍ଧମାଳ କୁଇ ସମାଜ ସେବା ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଓ ବୌଦ୍ଧ ଜିଲା ର ମିଳିତ ଉଦ୍ୟମରେ ଆଦିବାସୀ ମାନଙ୍କ ସଂଘ କୁଇ ସମାଜ ସେବା ସମିତିର ବାର୍ଷିକ ସମ୍ମିଳନୀ ବୌଦ୍ଧର ବାଘଝର ଠାରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ସମିତିର ସଭାପତି ଗୋବିନ୍ଦ ଚନ୍ଦ୍ର ଘଟାଲଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମ୍ମିଳନୀ ରେ ଆଦିବାସୀ ଙ୍କ ଉନ୍ନତି କଳ୍ପେ ଅନେକ କାର୍ଯ୍ୟ କରିବା ର ଅଛି ବୋଲି ଆଲୋଚନା କରାଯାଇଥିଲା। ଏହି ଆଲୋଚନାରେ କେତେକ ପ୍ରଶାସନିକ ଅଧିକାରୀ ଆଦିବାସୀ ମାନଙ୍କର ସରଳତା ର ସୁଯୋଗ ନେଇ ଶୋଷଣ ଓ ଠକୁଥିବା ଅଭିଯୋଗର ଏକ ନିରପେକ୍ଷ ତଦନ୍ତ, ଚାକିରୀ ଓ ନୀରିହ ଆଦିବାସୀ ଙ୍କ ଜମି ହଡପକୁ ରୋକିବା, ଆଦିବାସୀଙ୍କ ମ୍ୟୁଜିୟମ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବାକୁ ବିଧାୟକ ଙ୍କୁ କହିଥିଲେ।ପରେ ପରେ ବାଘଝରୀ ଠାରେ କୁଇ ସମାଜର ନୂତନ ଶାଖାକୁ ବିଧାୟକ ଉଦଘାଟନ କରିଥିଲେ।ସୁଦର୍ଶନ କହଁର,ଭାଗିରଥି କହଁର, କଣ୍ଠେଶ୍ୱର କହଁର,କେଶବ କହଁର, ଅନ୍ତର୍ଯ୍ୟାମୀ ମଲିକ,ପତରା କହଁର, ଗୌତମ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଦିବାସୀ ମାନଙ୍କ ସୁରକ୍ଷା ଓ ବିକାଶ ଉପରେ ମତ ରଖିଥିଲେ ।ଜଙ୍ଗଲ ଜମି ର ଅଧିକାର ଅନେକ ପାଇ ନଥିବା ଏବଂ ପାଇଥିଲେ ବି ଚିହ୍ନଟ ହୋଇଥିବା ବିଷୟ ମଧ୍ୟ ବିଧାୟକ ଙ୍କ ଦୃଷ୍ଟି କୁ ଆଣିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ