କନ୍ଧମାଳ କୁଇ ସମାଜ ସେବା ସମିତି କର୍ମକର୍ତ୍ତା ମାନେ ଜଙ୍ଗଲରେ ନିଆଁ ଲିଭାଇଲେ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା କୁଇ ସମାଜ ସେବା ସମିତି ଫୁଲବାଣୀ ତରଫରୁ କେନ୍ଦ୍ର କର୍ମ କର୍ତ୍ତା ମୁଖ୍ୟ ସଭ୍ୟ ଗୈାତମ ପ୍ରଧାନ, ସମ୍ପାଦକ ଅବନୀ କୁମାର କହଁର, ସହସମ୍ପାଦକ ଅଚ୍ୟୁତ ଯାନୀ, କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, ସାଂସ୍କୃତିକ ଉପଦେଷ୍ଟା ବିରେନ୍ଦ୍ର କୁମାର କହଁର ଗୋଛାପଡା ଶାଖା କୁଇ ସମାଜ ସେବା ସମିତିର ବାର୍ଷିକ ଅଧିବେଶନରେ ଯୋଗ ଦେବା ପାଇଁ ଯାଉଥିବା ସମୟରେ ଫୁଲବାଣୀ ବ୍ଲକ କଟ୍ରିଗିଂଆ ଘାଟି ରାସ୍ତା ପାଖ ଜଗଂଲରେ ଲାଗିଥିବା ନିଆଁ କୁ ଦେଖିବା ପରେ ସେଠାରେ ଅଟକି ନିଆଁ ଲିଭାଇବା କାର୍ଯ୍ୟ କରିଥିଲେ। କୁଇ ସମାଜ ସେବା ସମିତି ଫୁଲବାଣୀ ତରଫରୁ ନିବେଦନ ଜଗଂଲକୁ ନିଆଁ ଦାଉରୁ ରକ୍ଷା କରିବା ଏବଂ ପରିବେଶକୁ ସୁରକ୍ଷା ଦେବା ସହ ବନ୍ୟ ଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ଲୋକଙ୍କୁ ସଚେତନର ବାର୍ତ୍ତା ଦେଇଥିବା ଦେଖାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ