କନ୍ଧମାଳ-ଗଞ୍ଜାମ ସୀମାନ୍ତ କଳିଙ୍ଗା ଘାଟି ରୁ ୭ ଜଣ ଡକାୟତ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ-ଗଞ୍ଜାମ ସୀମାନ୍ତ କଳିଙ୍ଗା ଘାଟିରେ ଗୁରୁବାର ରାତ୍ରରେ ଡ଼କାୟତି ଯୋଜନା କରୁଥିବା ବେଳେ ଭଞ୍ଜନଗର ପୋଲିସ ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୪ ବୋମା, ୨ ଖଣ୍ଡା ସମେତ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି। ଗିରଫମାନେ ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର। ପ୍ରକାଶ ଯେ, ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି ଲକ୍‌ଡାଉନ୍‌ ପରଠାରୁ ଯାତ୍ରୀମାନଙ୍କ ପାଇଁ ବିପଦ ସାଜିଛି। ବିଗତ କିଛିଦିନ ମଧ୍ୟରେ ୨ଟି ଡ଼କାୟତି ହୋଇଥିବାବେଳେ ଏନେଇ ଜି.ଉଦୟଗିରି ଥାନାରେ ମାମଲା ରୁଜୁ ହୋଇଥିଲା। ଏଥିସହ ଏକାଧିକ ଦୁର୍ଘଟଣା ଯୋଗୁ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ଭଞ୍ଜନଗର ପୋଲିସ ଗୁରୁବାର ରାତିରେ ପାଟ୍ରୋଲିଂ କରୁଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ