କନ୍ଧମାଳ ଗସ୍ତରେ ଥିବା ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଗତ ୨୮ ତାରିଖ ଠାରୁ କନ୍ଧମାଳ ଜିଲା ଗସ୍ତରେ ଥିବା ଅବସରରେ ମନ୍ତ୍ରୀ ଆଜି ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଫୁଲବାଣୀ ସର୍କିଟ ହାଉସରେ ବିଶ୍ରାମ ନେଉଥିଲେ l ସଙ୍ଗେ ସଙ୍ଗେ ଡାକ୍ତରୀ ଦଳ ସେଠାରେ ପହଂଚି ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ତାଙ୍କୁ ଜ୍ୱର ହେବା ସହିତ ନିଃଶ୍ୱାସପ୍ରଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଛନ୍ତି। ଭୁବନେଶ୍ୱରରୁ ଏକ ଏୟାର ଆମ୍ବୁଲାନ୍ସ ଫୁଲବାଣୀ ଆସି ତାଙ୍କୁ ସେଠାରୁ ଭୁବନେଶ୍ୱରକୁ ଏୟାର ଲିଫ୍ଟିଂ କରାଯାଇଛି । ଏ ନେଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଏଡିଏମ୍ଓ ଅଭୟ ପଟ୍ଟନାୟକ ସୂଚନା ଦେଇଛନ୍ତି। ତାଙ୍କର କରୋନା ଟେଷ୍ଟ କରାଯାଇଥିବା ବେଳେ ଆଣ୍ଟିଜେନ ରିପୋର୍ଟ ନେଗେଟିଭ୍ ଆସିଛି। କିନ୍ତୁ ଆର୍ଟି-ପିସିଆର୍ ଟେଷ୍ଟ ରିପୋର୍ଟ ଏଯାଏ ଆସି ନାହିଁ। ମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସେ କହିଛନ୍ତି। ତେଣୁ ମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବାତିଲ କରାଯାଇଛି।ଦାରିଙ୍ଗବାଡି ଓ କୋଟଗଡ ଠାରେ ମେଘୁଆ ପାଗରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା କାରଣରୁ ମନ୍ତ୍ରୀ ହଠାତ ଅସୁସ୍ଥ ହୋଇ ପଡିଥିବା ଅନୁମାନ କରାଯାଉଛି l