କନ୍ଧମାଳ ଜଣେ କରୋନା ଯୋଦ୍ଧାଙ୍କ ସମେତ ୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରୁ ପୁଣି ଜଣେ କରୋନା ଯୋଦ୍ଧାଙ୍କ ସମେତ ୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତମାନଙ୍କ ମଧ୍ୟରୁ ଜଣେ ମହିଳା ରହିଛନ୍ତି। ଜି ଉଦୟଗିରି ବ୍ଲକ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୬ ଜଣ ଚିହ୍ନଟ ହୋଇଥିବାବେଳେ ତୁମୁଡିବନ୍ଧ କ୍ୱାରେଣ୍ଟାଇନରୁ ୩ ଏବଂ ଫୁଲବାଣୀ କୋଭିଡ୍ କେୟାର କେନ୍ଦ୍ରରୁ ୨ ଜଣ, ଦାରିଙ୍ଗିବାଡି କ୍ୱାରେଣ୍ଟାଇନ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ୧୨ ଜଣଙ୍କୁ ମିଶାଇ ଜିଲ୍ଲାରୁ ରବିବାର ସୁଦ୍ଧା ମୋଟ୍ ୧୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରେ ୮ ଜଣ କରୋନା ଯୋଦ୍ଧା ରହିଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ରବିବାର ପର୍ଯ୍ୟନ୍ତ ୧୦୧ ଜଣ ସୁସ୍ଥହୋଇ ଘରକୁ ଫେରିଯାଇଥିବା ବେଳେ ବର୍ତ୍ତମାନ ୫୮ ଜଣ ସଂକ୍ରମିତ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ