କନ୍ଧମାଳ ଜ଼ିଲ୍ଲାପାଳଙ୍କୁ ଭେଟିବ ପାରମ୍ପରିକ ଲୋକ କଳାକାର ସଂଘ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟକଳାପ ଏବଂ କଳାକାର ଙ୍କୁ ଅସଭ୍ୟ ଆଚରଣ ଅସଭ୍ୟ ଭାଷାରେ ଗାଳି ଗୁଲଜ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଇ-ରେଜିଷ୍ଟେସନ ମାଧ୍ୟମରେ କନ୍ଧମାଳ ଜ଼ିଲ୍ଲା ରେ କଳାକାର ଚୟନ ପ୍ରକ୍ରିୟା ରେ ଲୋକ କଳାକାର ସଂକୀର୍ତ୍ତନ ମଣ୍ଡଳୀ ଙ୍କୁ ସୁଯୋଗ ରେ ବଞ୍ଚିତ କରିବା ଏସବୁ ଦାବୀ ନେଇ ଆସନ୍ତା ଗୁରୁବାର ଦିନ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ ଭେଟିବେ ଜ଼ିଲ୍ଲା ପାରମ୍ପରିକ ଲୋକ କଳାକାର ସଂଘ l ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ରେ ଫୁଲବାଣୀ ମାଦିକୁନ୍ଦା ଛକରୁ ବାହାରି ଜ଼ିଲ୍ଲା ପାଳଙ୍କ କାର୍ଯାଳୟ ରେ ପହଂଚି ଦାବିପତ୍ର ଦିଆଯିବ ବୋଲି ଜ଼ିଲ୍ଲା ପାରମ୍ପରିକ ଲୋକକଳା ସଂଘ ର ସଭାପତି ଅକ୍ଷୟ କର୍ଣ୍ଣ ଏକ ପ୍ରେସ ବିଜ୍ଞପ୍ତି ରେ ସୂଚନା ଦେଇଛନ୍ତି l ସଂସ୍କୃତି କୁ ଉଜ୍ଜୀବିତ କରିବା ସହିତ ଦୁସ୍ଥ ପେସାଦାର କଳାକାର ଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ସାଧୁ ଉଦ୍ୟମ କୁ ଲୋକେ ପ୍ରଶଂସା କରିଛନ୍ତି l ସରକାର ଓଡିଶା ରେ ୪୬୧ ପ୍ରକାର ଲୋକ କଳାକୁ ଚି଼ହ୍ନଟ କରିଛନ୍ତି l ବିଲୁପ୍ତ ପ୍ରାୟ କଳାକୁ ଉଦ୍ଧାର ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ଓଡିଶାର ସର୍ବ ପୁରାତନ ପରମ୍ପରା ସଂକୀର୍ତ୍ତନ କଳାକାର ଙ୍କୁ ଚୟନ ପ୍ରକ୍ରିୟା ରେ ବାଦ ଦିଆଯାଇଛି l ଇ-ରେଜିଷ୍ଟେସନ ବେଳେ ସଂକୀର୍ଣ୍ଣନ କଳାକାର ଙ୍କୁ ରେଜିଷ୍ଟ୍ରେସନ ପାଇଁ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ମନା କରିଥିବା ନେଇ କଳାକାର ମାନେ ଅଭିଯୋଗ କରିଛନ୍ତି l କଳାକାର ପାଇଁ ଖାଇବା ବ୍ୟବସ୍ଥା କରା ଯାଇ ନଥିବାରୁ ଦୂର ଦୁରାନ୍ତ ରୁ ଅଡିସନ ରେ ଭାଗ ନେଇଥିବା କଳାକାର ଭୋକ ଉପବାସରେ ଫେରିଥିଲେ l କନ୍ଧମାଳ ଜ଼ିଲ୍ଲା ରେ ନାମ ସଂକୀର୍ତ୍ତନ ମାଧ୍ୟମ ରେ କଳା ଓ ସଂସ୍କୃତି କୁ ଵଞ୍ଚାଇ ରଖିଥିବା କଳାକାରଙ୍କୁ ବାଦ ଦିଆଯାଇଥିବାରୁ କଳାକାରଙ୍କ ମହଲ ରେ ଅସନ୍ତୋଷ ଦାନା ବାନ୍ଧୁଛି l ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଙ୍କୁ ତୁରନ୍ତ ବଦଳି ଓ ସଂକୀର୍ତ୍ତନ ଦଳକୁ ଚୟନ ପ୍ରକ୍ରିୟା ରେ ସାମିଲ କରାନଗଲେ ଆଗାମୀ ଦିନରେ ଜ଼ିଲ୍ଲାର ସମସ୍ତ ସଂକୀର୍ତ୍ତନ ମଣ୍ଡଳୀ ଜ଼ିଲ୍ଲା ସଂସ୍କୃତି କାର୍ଯାଳୟ କୁ ଘେରାଉ କରିବାକୁ କଳାକାର ମାନେ ଚେତାବନୀ ଦେଇଛନ୍ତି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ