କନ୍ଧମାଳ ଜିଲାରେ ନୂତନ ସରପଞ୍ଚ ସଂଘ ଗଠନ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କୁଇ ସମାଜ ସେବା ସମିତି କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଶେଷ କରି ସରପଞ୍ଚ ମାନେ ନିର୍ବାଚିତ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ସେମାନଙ୍କ କଥାକୁ ସ୍ଥାନୀୟ ପ୍ରଶାସନ କୌଣସି ପ୍ରକାର ଗୁରୁତ୍ୱ ଦେଉନଥିବା ଓ ଅନେକ ପ୍ରକଳ୍ପ ସରପଞ୍ଚ ମାନଙ୍କର ବିନା ଅନୁମୋଦନ କିମ୍ବା ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଉଥିବା ଭଳି ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ସେଭଳି ଅନେକ କର୍ମଚାରୀ ସରପଞ୍ଚ ମାନଙ୍କୁ କୌଣସି ପ୍ରକାର ଗୁରୁତ୍ୱ ଦେଉନଥିବା ବେଳେ ନିର୍ବାଚିତ ହୋଇଥିବା ସରପଞ୍ଚ ମାନେ ସାଧାରଣ ଭୋଟର ମାନଙ୍କର ରୋଷର ଶୀକାର ହେଉଛନ୍ତି। ତେବେ ଏହାକୁ ଚେକ୍ ଦେବା ପାଇଁ ଗଠନ ହୋଇଛି “କନ୍ଧମାଳ ଜିଲା ସରପଞ୍ଚ ସଂଘ”। ଏଥିରେ ଲୁଇସିଂ ସରପଞ୍ଚ ସୁଦର୍ଶନ କହଁର ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଉପସଭାନେତ୍ରୀ ଭାବେ ଶଙ୍କରାଖୋଲ ସରପଞ୍ଚ ଜାନକୀ ପ୍ରଧାନ, ଜିଲା ସଂପାଦକ ଭାବେ ମାଲେରିମାହା ସରପଞ୍ଚ ସଂଜୟ ପ୍ରଧାନ, ସହ ସଂପାଦକ ଭାବେ ପବିଙ୍ଗିଆ ସରପଞ୍ଚ ଲାଲମୋହନ କହଁର ଓ ଏବଂ କୋଷାଧ୍ୟକ୍ଷ ଭାବେ ସଲାଗୁଡ଼ା ସରପଞ୍ଚ ରୋହିତ କହଁର ମନୋନିତ ହୋଇଥିବା ଏକ ପ୍ରେସ୍ ବିବୃତ୍ତିରେ ଦର୍ଶାଯାଇଛି। ଅନୁଷ୍ଠିତ ଏହି ବୈଠକରେ ଜିଲାର ବିଭିନ୍ନ ପଞ୍ଚାୟତର ବହୁ ସରପଞ୍ଚମାନେ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିବା ବେଳେ ଆଗାମି ଦିନରେ ବ୍ଳକ ସ୍ତରରେ ମଧ୍ୟ ସଂଘ ଗଠନ କରାଯିବା ଉପରେ ଗୁରୁୂତ୍ୱ ଦିଆଯାଇଛି।