କନ୍ଧମାଳ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ କନ୍ଧା ଚାଷର ପ୍ରସାର ସମ୍ବନ୍ଧୀୟ କର୍ମଶାଳା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର କଟିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଲସିପଦର ଠାରେ କେନ୍ଦ୍ରୀୟ ଆଇସିଆର ଅନୁକୁଲ୍ୟରେ ଭୁବନେଶ୍ବର ସିଟିସି ଆରଆଇ ଓ ସ୍ଵେଛାସେବି ସଙ୍ଗଠନ ଓରସା ସହାୟତାରେ କନ୍ଧା ଚାଷର ପ୍ରସାର ସମ୍ବନ୍ଧିୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାରେ ଓରସା ସଙ୍ଗଠନର ସଂପାଦକ ପ୍ରେମାନନ୍ଦ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ହୋଇଥିଲା। କର୍ମଶାଳାରେ ସିଟିସ ଆରଆଇର ଭୁବନେଶ୍ବରର ପ୍ରଧାନ ବୈଜ୍ଞାନିକ ଡ.କେ ଲକ୍ଷ୍ମିନାରାୟଣ ଯୋଗଦେଇ ଗୟା ଆଳୁ, ସାକର କନ୍ଧା, ଖମ୍ଭଆଳୁ, କନ୍ଧମୁଳ ଭଳି କନ୍ଦାଜତୀୟ ଫସଲରେ ଆଦିବାସୀ ମାନଙ୍କର କମ ଖର୍ଛରେ ଅଧିକା ଉପାର୍ଜନ ବିହନର ରକ୍ଷଣ ବେକ୍ଷଣ ଆଦି ସଂପର୍କରେ ଚାଷୀଙ୍କୁ ବୁଝାଇ ଥିଲେ। ଏଥିପାଇଁ ଓରସା ସଙ୍ଗଠନ ମାଧ୍ୟମରେ ବିହନ ମାଗଣାରେ ଯୋଗାଇ ଦେବା ସହ ଆଗାମି ୨୦୨୨ ସୁଧା ଚାଷୀଙ୍କ ଲାଭ ଦୁଇ ଗୁଣ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ବୈଜ୍ଞାନିକ ଡି.ଭି ବନସୋଡୋ ଯୋଗଦେଇ ଜିଲାରେ କନ୍ଧା ଜାତୀୟ ପଦାର୍ଥର ବ୍ୟବହାର ଜାଣି ନ ଥିବାରୁ ଚାଷୀମାନେ ଏହାର ଉଚିତ ମୂଲ୍ୟ ପାଉ ନାହାନ୍ତି ଏଣୁ ଏହାକୁ ଚିପସ, ନୁଡୁଲସ, ଜେଲି, ପୋଲାପଦାମ, ପାଉଡର କରି ଅଟାରେ ମିଶାଇ ରୋଟି ଭଳି ବ୍ୟବହାର କରିବା ଓ ଏହାର ଔଷଧିୟ ଗୁଣ ଯଥା ପେଟ ରୋଗ, ମଳକଣ୍ଟ, ହୃଦରୋଗ, ଆଦି ରୋକାଯାଇ ପାରିବ ଆହୁରି ମଧ୍ୟ କନ୍ଧାରୁ ଚିପସ୍ ଡେମୋ କରି ଦେଖାଇ ଥିଲେ। ପୂର୍ବରୁ ଦୁଇ ବୈଜ୍ଞାନିକ ଚାଷିଙ୍କ ବାଡିରେ କିପରି ଚାଷ କରିଛନ୍ତି ଓ ଏହାର ଫାଇଦା ପଚାରି ବୁଝିଥିଲେ। କାର୍ଯ୍ୟକ୍ରମ ସଙ୍ଗଠନର ସଂଯୋଜକ ରାଜ କୁମାର ବେହେରା ପରିଚାଳନା କରିଥିବା ବେଳେ ଅନ୍ୟ କର୍ମଚାରି ସହଯୋଗ କରିଥିଲେ। ଏହି କର୍ମଶାଳାରେ ୫୦ରୁ ଉର୍ଦ୍ଧ୍ବ ପୁରୁଷ ମହିଳା ଚାଷି ଉପସ୍ଥିତ ଥିଲେ।


