କନ୍ଧମାଳ ଜିଲା ଆଇନଜୀବୀ ସଂଘର ସାଧାରଣ ପରିଷଦ ବୈଠକ

ଡ଼ିସେମ୍ବର ମାସ ଶେଷ ପର୍ଯ୍ୟନ୍ତ କୌଣସି କେସ୍‍ ପରିଚାଳନା ନ କରିବା ପାଇଁ ନିଷ୍ପତି

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଆଇନଜୀବୀ ସଂଘର ସାଧାରଣ ପରିଷଦ ବୈଠକ  ସ୍ଥାନୀୟ ବାର୍‍ ଆସୋସିଏସନର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ବାର୍‍ ଆସୋସିଏସନ ର ଅଧ୍ୟକ୍ଷ ଚନ୍ଦ୍ର ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପାଦକ ରମେଶ ଚନ୍ଦ୍ର ମହାନ୍ତି ସଭା ପରିଚାଳନା କରିଥିଲେ । ଏହି ସଭାରେ ପ୍ରାରମ୍ଭରେ କରୋନା ସମୟରେ ଦେହାନ୍ତ ହୋଇଥିବା ତିନିଜଣ ବରିଷ୍ଠ ଆଇନଜୀବିଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍‍ ନିରବ ପ୍ରାର୍ଥନା କରାଯିବା ପରେ ଉକ୍ତ ସାଧାରଣ ପରିଷଦ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରାଯାଇଥିଲା । ସେଥି ମଧ୍ୟରେ କରୋନାକୁ ଆଖି ଆଗରେ ରଖି ଆଗାମୀ ଡ଼ିସେମ୍ବର ମାସ ଶେଷ ପର୍ଯ୍ୟନ୍ତ କୌଣସି କେସ୍‍ ପରିଚାଳନା କରାଯିବା ନାହିଁ ଏବଂ ଆସନ୍ତା ଡ଼ିସେମ୍ବର ୧୨ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ବରିଷ୍ଠ ଆଇନଜୀବୀ ପ୍ରତାପ କୁମାର ପାତ୍ରଙ୍କ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି ଏବଂ ୱେଲଫର କମିଟିର ସଭ୍ୟଭାବେ ନରେଶ କୁମାର ପାଢୀଙ୍କ ମନୋନିତ କରାଯାଇଛି। ବୈଠକ ଶେଷରେ ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ