କନ୍ଧମାଳ ଜିଲା ଟାଏକୋଣ୍ଡୋ ପ୍ରତିଯୋଗିତା ଆୟୋଜିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଜିଲା କ୍ରୀଡା ଇଣ୍ଡୋର ହଲ ଠାରେ ଫୁଲବାଣୀ ମାର୍ଶାଲ ଆର୍ଟ୍ସ ଏକାଡେମୀ ଓ କନ୍ଧମାଳ ଜିଲା ଟାଏକୋଣ୍ଡୋ ସଂଘ ମିଳିତ ଭାବେ ଚତୁର୍ଥ କନ୍ଧମାଳ ଜିଲା ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତା ଦୁଇଟି ବିଭାଗରେ ଯଥା କିରୋଗୀ ଓ ପୁଂସି ପ୍ରତିଯୋଗିତାରେ କନ୍ଧମାଳ ଜିଲାରୁ ଶତାଧିକ ବାଳକ ଓ ବାଳିକା ପ୍ରତିଯୋଗି ଅଂଶଗ୍ରହଣ କରିଛନ୍ତି। ଜାତୀୟ ରେଫରୀ ଏମ. ରିତିକ ରଞ୍ଜନ ମହାପାତ୍ର ଓ ଶିବାନନ୍ଦ ରୟଗୁରୁ ଏହି ପ୍ରତିଯୋଗିତା ପରିଚାଳନା କରିବା ପାଇଁ ଓଡିଶା ଟାଏକୋଣ୍ଡୋ ସଙ୍ଘ ଦ୍ୱାରା ନିଯୁକ୍ତି କରାଯାଇଛନ୍ତି। ପ୍ରତିଯୋଗିତାରେ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲା କ୍ରୀଡା ଅଧିକାରୀ ସମୀର କୁମାର ନାୟକ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ, ଜିଲା ସଂଘର ସଭାପତି ପ୍ରତାପ କୁମାର ମୁଖି ଓ ସମ୍ପାଦକ ପ୍ରଭାତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କୋଚ ରମାକାନ୍ତ ବେହେରା, ପ୍ରିତମ କୁମାର ପ୍ରଧାନ ଓ ମଦନ ଦଳବେହେରା ସହଯୋଗ କରିଥିଲେ। ଏହି ଅବସରରେ ଓଡିଶା ଟାଏକୋଣ୍ଡୋ ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜଙ୍କୁ ସାଉଥ କୋରିଆରୁ ଅନ୍ତର୍ଜାତୀୟ ଏକୋଣ୍ଡୋ ମାଷ୍ଟର କୋର୍ସ ସଫଳତା ହାସିଲ କରିଥିବାରୁ ତାଙ୍କୁ ଜିଲ୍ଲା ସଙ୍ଘ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ