କନ୍ଧମାଳ ଜିଲା ଡ୍ରାଇଭର ମହାସଂଘ ତରଫରୁ ୯ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟରେ ନିୟୋଜିତ ହେଉଥିବା ଡ୍ରାଇଭର ମାନଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସରକାରୀ ସହାୟତା ମିଳୁନାହିଁ। ନିଜର ନ୍ୟାର୍ଯ୍ୟଦାବି ହାସଲ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କନ୍ଧମାଳ ଜିଲା ଡ୍ରାଇଭର ମହାସଂଘ ପ୍ରକାଶ କରିଛି। ସଂଘ ପକ୍ଷରୁ ପୂର୍ବରୁ ନିଜର ଦାବି ନେଇ ଅନେକ ଥର ପ୍ରଶାସନକୁ ଅବଗତ କରିଥିବା ବେଳେ ପୁଣିଥରେ ୯ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ଷେତ୍ରରେ ମୃତ୍ୟୁବରଣ କରିଥିବା ଗାଡ଼ି ଚାଳକ ମାନଙ୍କୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ, ବୀମା ବ୍ୟବସ୍ଥା , ୫୫ ବର୍ଷ ପରେ ପେନସନ୍ ସୁବିଧା ଆଦି ଦାବି କରାଯାଇଛି। ସଂଘର କର୍ମକର୍ତ୍ତା ମାନସ ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁଙ୍କ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଛନ୍ତି।