କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ବିକ୍ଷୋଭ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ସ୍ଥାୟୀ ନିଯୁକ୍ତି ତଥା ଅନ୍ୟାନ୍ୟ ଦାବିରେ ଆଉଟସୋର୍ସିଙ୍ଗ କର୍ମଚାରୀ କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏ ଅବସରରେ ଶତାଧିକ କର୍ମଚାରୀ ଫୁଲବାଣୀ ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମାତୃ ଚିକିତ୍ସା ବିଭାଗ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସଙ୍ଘର ଜିଲା ସଭାପତି ପୂର୍ଣ୍ଣଚନ୍ଦ୍ର ମିଶ୍ର ଗଣ ମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କନ୍ଧମାଳ ଜିଲାରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ସହ ଅନ୍ୟାନ୍ୟ ଦାବି ନେଇ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ଏବଂ କଳାବ୍ୟାଚ ପରିଧାନ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀମାନେ ଏହି ପ୍ରଦର୍ଶନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଆଗାମୀ ୨୬ ତାରିଖରେ ଭୂବନେଶ୍ୱରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲାରୁ ଦୁଇ ହଜାରରୁ ଅଧିକ କର୍ମଚାରୀ ଯୋଗ ଦେବେ। ଆଜିର ବିକ୍ଷୋଭ କାର୍ଯ୍ୟକ୍ରମରେ ସଙ୍ଘର କର୍ମକର୍ତ୍ତାଙ୍କ ସମେତ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ ବୋଲି ସେ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ