କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଆଦେଶକୁ ପ୍ରତ୍ୟୁଶ ସଂସ୍ଥାର ଅଣଦେଖା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପତ୍ର ସଂଖ୍ୟା ୧୨୧୯୮ ତା ୧୨/୧୦/୨୦୨୨ରିଖ ଅନୁଯାୟୀ ମୁନା ଦିଗଲଙ୍କୁ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଟେଣ୍ଡାଣ୍ଟ ଭାବେ ନିଯୁକ୍ତି ପତ୍ର ମିଳିଥିଲା। କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ଯେ, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅନୁମୋଦନ କ୍ରମେ ନିଯୁକ୍ତି ପାଇଥିବା ମୁନା ଦିଗାଳଙ୍କୁ ‘ପ୍ରତ୍ୟୁଶ’ ସଂସ୍ଥାର ନିର୍ଦେଶକ ଆଟେଣ୍ଡାଣ୍ଟ ଆବଶ୍ୟକ ନାହିଁ କହି କାର୍ଯ୍ୟରେ ରଖିଲେ ନାହିଁ। ତେଣୁ ମୁନା ଦିଗାଲଙ୍କ କ୍ଷେତ୍ରରେ ଅନିୟମିତତା ହୋଇଥିବା ନେଇ ସେ ଅଭିଯୋଗ ଆଣିଛନ୍ତି। ବିବରଣୀରୁ ପ୍ରକାଶ ଯେ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପତ୍ର ସଂଖ୍ୟା ୧୨୧୯୮ତାରିଖ ୧୨/୧୦/୨୦୨୨ରେ ରାଇକିଆ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର ଆଟେଣ୍ଡାଣ୍ଟ ଭାବେ ମୁନା ଦିଗଲଙ୍କୁ ନିଯୁକ୍ତି ଦେଇଥିଲେ। କିନ୍ତୁ ପ୍ରତ୍ୟୁଶ ସଂସ୍ଥାର ନିର୍ଦ୍ଦେଶକ ସେଠାରେ ଆଟେଣ୍ଡାଣ୍ଟ ପଦବୀର ଆବଶ୍ୟକତା ନାହିଁ କହି ତାଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁମତି ଦେଇନଥିଲେ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ନିର୍ଦ୍ଦେଶକ ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ନିଯୁକ୍ତି ଦେଇଥିବା ନେଇ ମୁନା ଦିଗାଲ ଅଭିଯୋଗ ଆଣିବା ସହ କିଛି ଅର୍ଥ କାରବାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ତେଣୁ ଏହାର ବିଧିବଦ୍ଧ ତଦନ୍ତ ଦାବି କରି ନ୍ୟାୟ ପ୍ରଦାନ କରିବା ପାଇଁ ମୁନା ଦିଗାଲ ଦୃଢ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ