କନ୍ଧମାଳ ଜିଲା ଵରିଷ୍ଠ ନାଗରିକ ସଂଘ ପକ୍ଷରୁ ଆୟୁର୍ବେଦ ଚିକିତ୍ସା ଶିଵିର
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଵରିଷ୍ଠ ନାଗରିକ ସଂଘ, ଫୁଲଵାଣୀ ପକ୍ଷରୁ ଏକ ଆୟୁର୍ବେଦ ଚିକିତ୍ସା ଶିଵିର ଫୁଲବାଣୀ ଡ୍ରିମଲ୍ୟାଣ୍ଡ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ପ୍ରଫେସର ଡାକ୍ତର ଜଗଦିଶ ଚନ୍ଦ୍ର ଵେଜ୍ ବରିଷ୍ଠ ନାଗରିକ ମାନଙ୍କ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାରେ ପୀଡିତମାନଙ୍କୁ ଚିକିତ୍ସା ସମ୍ଵନ୍ଧରେ ପରାମର୍ଶ ଦେବାସହିତ ମାଗଣାରେ ଔଷଧ ଵିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭାପତି କମଳାକାନ୍ତ ପାଣ୍ଡେ ଓ ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲା ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତାମାନେ ଆୟୋଜନ ଓ ପରିଚାଳନା କରିଥିଲେ।


