କନ୍ଧମାଳ ଜିଲା ସ୍ତରୀୟ ଲୋକ ଅଦାଲତ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲା ଦୌରା ଜଜଙ୍କ ଅଦାଲତରେ କନ୍ଧମାଳ ଜିଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ, ୩୯ ଗୋଟି ପାରିବାରିକ ବିବାଦ ମଧ୍ୟରୁ ୧୦ ଗୋଟି ବିବାଦର ବିଚାର କରାଯାଇ ୩ ଲକ୍ଷ ୦୧ହଜାର ଟଙ୍କା ଆଦାୟ କରାଯାଇଛି।ସେହିପରି,୯୯୨ ଗୋଟି ରାଜସ୍ୱ ଆଦାୟ ମାମଲା ମଧ୍ୟରୁ ୭୭୮ଗୋଟି ମାମଲାର ବିଚାର କରାଯାଇ ୬୧ହଜାର ୪୪୨ ଟଙ୍କା ଆଦାୟ କରାଯାଇଛି। ଅନ୍ୟାନ୍ୟ ୧୦ ଗୋଟି ଆନୁଷଙ୍ଗିକ ମାମଲା ଯାହାକି ଅର୍ଦ୍ଧ-ନ୍ୟାୟିକ କର୍ତ୍ତୃପକ୍ଷଙ୍କ ବିଚାରାଧୀନ ରହିଛି ସେଥିମଧ୍ୟରୁ ୬ ଗୋଟି ମାମଲାର ଫଇସଲା କରାଯାଇଛି। ଜିଲା ଦୌରା ଜଜ୍ ଏବଂ ଅନ୍ୟ ବିଚାର ବିଭାଗୀୟ ଅଧିକାରୀଙ୍କ ଇଜଲାସରେ ମାମଲା ଗୁଡ଼ିକର ବିଚାର କରାଯାଇଥିଲା।