କନ୍ଧମାଳ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-ଗ୍ରାମାଞ୍ଚଳ ଲୋକଙ୍କ ବିଭିନ୍ନ ବ୍ୟକ୍ତିଗତ ଓ ସାମୂହିକ ସମସ୍ୟାର ସାମଧାନ ପାଇଁ ବ୍ଲକ ସ୍ତରରେ ଜିଲ୍ଲାପାଳଙ୍କ ଦ୍ୱାରା ମାସିକ ଜନ ଶୁଣାଣୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି କ୍ରମରେ ଖଜୁରୀପଡା ବ୍ଲକ ଠାରେ ଏକ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଖଜୁରୀପଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମରେ ସମୁଦାୟ ୧୧୩ଟି ଅଭିଯୋଗ ବିଚାର ପାଇଁ ଗ୍ରହଣ କରାଯାଇଥିଲା । ଏଥି ମଧ୍ୟରେ ୧୦୭ଟି ବ୍ୟକ୍ତିଗତ ରହିଥିବା ବେଳେ ଅନ୍ୟ ୬ଟି ସାମୂହିକ ସମସ୍ୟାକୁ ନେଇ ଅଭିଯୋଗ ହୋଇଥିଲା ।କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ. ବୃନ୍ଦା ଡିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକୋର ମାନ ଉପସ୍ଥିତ ଥିବା ବେଳେ ବ୍ଲକର ଅନେକ ଉପାନ୍ତ ଅଞ୍ଚଳର ଲୋକେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ନିଜ ନିଜ ଅଭିଯୋଗ ରଖିଥିଲେ । ତେବେ ପ୍ରବଳ ବର୍ଷା ଯୋଗୁଁ ଅନେକ ଲୋକ କାର୍ଯ୍ୟକ୍ରମ ରେ ଉପସ୍ଥିତ ହୋଇ ପାରି ନଥିଲେ । ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ଶୁଣିବା ସହିତ ସେସବୁର ସମାଧାନ କରିବା ପାଇଁ ପ୍ରତି ବ୍ଲକରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଜନ ଶୁଣାଣୀରେ ଖଜୁରୀପଡା ବ୍ଲକର ୧୪ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ରହିଥିଲେ। ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ନାୟକ, ଫୁଲବାଣୀ ଉପ ଜିଲ୍ଲାପାଳ ଶେଷଦେବ ମିଶ୍ର, ଫୁଲବାଣୀ ଆଇଇଟିଡିଏ ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର ଦାଶ, ତହସିଲଦାର ସ୍ୱସ୍ମିତା ନାୟକ, ବିଇଓ ବିନୋଦ କୁମାର ଦିଗାଲ, ସିଡିପିଓ ଗୀତାଞ୍ଜଳି ପଣ୍ଡା ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିବା ସହ ସେସବୁର ସମାଧାନ ପାଇଁ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇଥିଲେ। କାର୍ଯ୍ୟକ୍ରମକୁ ଖଜୁରୀପଡା ବିଡିଓ ରବୀନ୍ଦ୍ରନାଥ କହଁର ପରିଚାଳନା କରିଥିବା ବେଳେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସୋନମ ବେହେରା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ