କନ୍ଧମାଳ ଜିଲ୍ଲାରେ ଆଜି ୮୧ ନୁଆ କରୋନା ସଂକ୍ରମିତ
ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା): କନ୍ଧମାଳ ଜିଲ୍ଲାରେ ଆଜି ମୋଟ ୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ କୋଭିଡ ଯୋଦ୍ଧା ଅଛନ୍ତି । ଏଥିସହ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩୮୬ ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୩୭୫୧ ଜଣ ସଂକ୍ରମିତ ସୁସ୍ଥ ହୋଇ ସେମାନଙ୍କ ଘରକୁ ଫେରିଛନ୍ତି । ତେବେ ଜିଲ୍ଲାରେ କଭିଡ ଜନିତ ମୃତ୍ୟୁ ସଂଖ୍ୟା ୨୨ ରେ ରହିଛି । ଆଉ ୬୧୩ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ଆଜିର ସଂକ୍ରମିତଙ୍କ ମଧ୍ୟରୁ ଜିଲ୍ଲାର ଫୁଲବାଣୀରେ ପୌରାଂଚଳରେ ୧୧ ଜଣ ଏବଂ ଗ୍ରାମାଂଚଳରେ ଜଣେ ରହିଥିବାବେଳେ ବାଲିଗୁଡାର ବିଜ୍ଞାପିତ ଅଂଚଳରେ ଓ ଗ୍ରାମାଂଚଳରେ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଜିଲ୍ଲାର ଘୁ.ଉଦୟଗିରିରେ ୧୩,ଚକାପାଦରେ ୧୦,ଦାରିଙ୍ଗବାଡିରେ ୬,କ.ନୁଆଗାଁରେ ୩,ଖଜୁରିପଡାରେ ୭,ଫିରିଙ୍ଗିଆ ୯,ରାଇକିଆ ୮,ଟିକାବାଲିରେ ୨ ଓ ତୁମୁଡିବନ୍ଧ ଅଂଚଳରୁ ୩ ଜଣ ରହିଥିବା ନେଇ ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି । ତେବେ କରୋନା ସଂକ୍ରମଣ ଧିରେଧିରେ ବଢିବାରେ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି । ଅତି ଆବଶ୍ୟକ ହେଲେ ଘରୁ ବାହାରିବାବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।