କନ୍ଧମାଳ ଜିଲ୍ଲାରେ ୪୦୯୦ ପହଂଚିଲା ସଂକ୍ରମିତଙ୍କ ସଂଖ୍ୟା

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳ ଜିଲ୍ଲାରୁ ପୁଣି ୧୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ଜଣ କରୋନା ଯୋଦ୍ଧା ରହିଛନ୍ତି । କରୋନା ଯୋଦ୍ଧାଙ୍କ ମଧ୍ୟରେ ଅଛନ୍ତି ଫୁଲବାଣୀ ମୁଖ୍ୟ ଚିକିତ୍ସାୟଳର ଜଣେ ଡ଼ାକ୍ତର,ଫୁଲବାଣୀ ଟାଉନଥାନାର ଥାନା ଅଧିକାରୀଙ୍କ ସମେତ,ସ୍ୱାସ୍ଥ୍ୟ କର୍ମି, ପୋଲିସ କର୍ମଚାରୀ । ଆଜିର ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାର ବର୍ତମାନର ସଂକ୍ରମିତଙ୍କ ସଂଖ୍ୟା ୪୦୯୦ରେ ପହଂଚିଛି । ସ୍ଥାନୀୟ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି,ଯାହା ଜିଲା ପ୍ରଶାସନର ଚିନ୍ତା ବଢାଇଛି । ସଂକ୍ରମିତଙ୍କ ବୟସ ୩ବର୍ଷରୁ ରୁ ୭୦ ବର୍ଷ ମଧ୍ୟରେ ରହିଛି । ଏହି ସଂକ୍ରମିତ ମଧ୍ୟରୁ ଫୁଲବାଣୀ ସହରରୁ ୧୭ ଓ ଫୁଲବାଣୀ ବ୍ଲକ ଅଚଳରୁ ୨ ଜଣ ହୋଇଥିବା ବେଳେ ବାଲିଗୁଡ଼ା ସହରରୁ ୯ଜଣ, ବାଲିଗୁଡ଼ା ବ୍ଲକ ଅଂଚଳରୁ ୪ଜଣ,ଦାରିଙ୍ଗିବାଡ଼ିରୁ ୫ ଜଣ,ଘୁ.ଉଦୟଗିରିରୁ ଜଣେ, ଟିକାବାଲିରୁ ୧୦ଜଣ, ଫିରିଙ୍ଗିଆରୁ ୧୧ଜଣ, କ,ନୂଆଗାଁରୁ ୬ଜଣ,ଖଜୁରିପଡ଼ାରୁ ୧୦ଜଣ,ଚକାପାଦରୁ ୧୪ଜଣ,କୋଟଗଡ଼ରୁ ଜଣେ,ତୁମୁଡ଼ିବନ୍ଧରୁ ୨ଜଣ ଏବଂ ଅନ୍ୟାନ୍ୟ ୨ ଜଣ ହୋଇଥିବା ଥିବା ଜଣାପଡ଼ିଛି । ଆଜି ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତଙ୍କ ଦ୍ୱାରା କ୍ଲୋଜ କଣ୍ଟାକ୍ଟରେ ଅସିଥିବା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଜିଲାରେ ବର୍ତମାନ ସୁଦ୍ଧା ଚିହ୍ନଟ ୪୦୯୦ଜଣ ମଧ୍ୟରୁ ୩୨୬୯ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବା ବେଳେ ଆଜି ଫିରିଙ୍ଗିଆ ଅଂଚଳର ୫୫ ବର୍ଷିୟ ଜଣେ ପୁରୁଷଙ୍କୁ ମିଶାଇ ୨୧ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇ ଯାଇଛି । ଆଉ ୮୦୦ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣା ପଡିଛି । ଅନ୍ୟପକ୍ଷରେ ଫୁଲବାଣୀ ସହରରେ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଛି । ତେବେ ଫୁଲବାଣୀ କୋର୍ଟଛକ ସ୍ଥିତ ସରକାରୀ ସୁଲଭ ମୂଲ୍ୟ ଦୋକାନରେ ଯେଉଁଭଳି ଭାବେ ଗହଳି ହେଉଛି ତାହା ଗୋଷ୍ଠି ସଂକ୍ରମଣ ବ୍ୟାପିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରେନା । ଏ ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ଗତ ୪ ଦିନ ତଳେ ସମାଜରେ ପ୍ରକାଶିତ ହୋଇଥିବା ବେଳେ ଏହାକୁ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱର ସହିତ ଗ୍ରହଣ କରାଯାଇଛି । ଜିଲା ପ୍ରଶସାନର ନିଷ୍ପତି ପ୍ରକାରେ ଉକ୍ତ ସରକାରୀ ସୁଲଭ ଦୋକାନରର ହିତାଧିକାରୀ ମାନଙ୍କର ରାସନ ସାମଗ୍ରୀ ଫୁଲବାଣୀ ପୌର ପରିଷଦ ପକ୍ଷରୁ ସେପ୍‌ଟେମ୍ବର ଓ ଅକ୍ଟୋବର ୨ ମାସର ରାସନ ସାମଗ୍ରୀ ହିତାଧିକାରୀ ମାନଙ୍କରେ ଘରେ ପହଞ୍ଚାଯିବା ପାଇଁ ସୂଚନା ଦିଆଯାଇଛି । ରାସନକାର୍ଡ଼ ଧାରୀ ମାନେ ଉକ୍ତ ସୁଭଲ ମୂଲ୍ୟ ଦୋକାନକୁ ଯିବାକୁ ପଡ଼ିବ ନାହିଁ ବୋଲି ମଧ୍ୟ ଜିଲାପାଳ ଡ଼.ବୃନ୍ଦା.ଡ଼ି ଏକ ଆଦେଶନାମାରେ ପୌର ପରିଷଦକୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ