କନ୍ଧମାଳ ଜିଲ୍ଲାରେ ୬ କରୋନା ଯୋଦ୍ଧାଙ୍କ ସମେତ ୩୪ ନୂଆ ସଂକ୍ରମିତ ଚିହ୍ନଟ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ଶନିବାର ଜଣେ ପୁଲିସ କର୍ମଚାରୀଙ୍କ ସମେତ ୬ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ଏଥି ସହିତ ଜିଲାରେ ପୁଣି ଜଣେ ୬୨ ବର୍ଷିୟ ମହିଳାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି। ଜିଲ୍ଲାରେ ଆଜି ୩୪ ଜଣ କରୋନା ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୫୪୩ ରେ ପହଞ୍ଚିଛି। ଏହି ସମସ୍ତ ଆକ୍ରାନ୍ତମାନଙ୍କ ମଧ୍ୟରୁ ୫,୨୫୦ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୬୪ ଜଣ ବର୍ତ୍ତମାନ ଜିଲାର ବିିଭନ୍ନ କୋଭିଡ଼୍‍ ମେଡ଼ିକାଲ୍‍ ଓ ହୋମ୍‍ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି। ତେବେ ଆଜିର ପୁଣି ଜଣକଙ୍କର ମୃତ୍ୟୁକୁ ମିଶାଇ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛିି। ଆଜିର ଚିହ୍ନଟମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ୨ଜଣ ଏବଂ ଗ୍ରାମାଂଚଳରେ ୪ ଜଣ ଚିହ୍ନଟ ହୋଇଥିବା ବେଳେ ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳରେ ଜଣେ ଏବଂ ଗ୍ରାମାଂଚଳରେ ୨ ଜଣ, ଚକାପାଦର ୩ ଜଣ, ଦାରିଙ୍ଗବାଡିର ୩ ଜଣ, କ.ନୁଆଗାଁର ୧୧ ଜଣ, ଖଜୁରିପଡାରେ ୪ ଜଣ, ରାଇକିଆର ଜଣେ, ଟିକାବାଲିର ୨ ଜଣ, ଫିରିଙ୍ଗିଆର ଜଣେ ରହିଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୁଚନା ମିଳିଛି। କରୋନା ସଂକ୍ରମଣ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ ବାରମ୍ବାର ସଚେତନ କରାଯିବା ସହିତ ଅତି ଆବଶ୍ୟକ କାମରେ ଘରୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଥିଲେ ମଧ୍ୟ ପାର୍ବଣ ବଜାର ଯୋଗୁଁ ଅନେକ ବିନା ମାସ୍କରେ ଓ ବିନା ସାମାଜିକ ଦୂରତ୍ୱରେ ବହୁ ଅମାନିଆ ବୁଲୁଥିବାର ଦେଖାଯାଇଛି। ବର୍ତ୍ତମାନ ପରିସ୍ଥିତି ପ୍ରଶାସନ ଓ ପୁଲିସ୍‍ ପକ୍ଷରୁ ଚଢାଉ ଜୋରଦାର କରିବା ଆବଶ୍ୟକ ହୋଇ ପଡିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ