କନ୍ଧମାଳ ଜିଲ୍ଲାର ନୂତନ ବିଜେଡି ପର୍ଯ୍ୟବେକ୍ଷକ ଭାବେ ବିଜୟ ନାୟକ ମନୋନୀତ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲାରେ ନୂତନ ନିଯୁକ୍ତି ଦିଆଯାଇଛି । ଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡି ନେତା ବିଜୟ ନାୟକଙ୍କୁ ଦଳ ନୂତନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଏହି ନିଯୁକ୍ତି ଦେଇଛନ୍ତି । ବିଜୟ ଏବେ ବିଜେଡିର ସାଧାରଣ ସମ୍ପାଦକ ଅଛନ୍ତି । ଏଥି ପୂର୍ବରୁ ମନ୍ତ୍ରୀ ପ୍ରତାପ ଜେନା କନ୍ଧମାଳ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିଥିଲେ । ବିଜୟଙ୍କ ନିଯୁକ୍ତି ପରେ ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର କର୍ଣ୍ଣ, ନଗର ସଭାପତି ସୁଧୀର କହଁର, ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ ମଲ୍ଲିକ, ଛାତ୍ର ବିଜେଡି ସଭାପତି ସୁନୀଲ ସେଠୀ, କାଉନସିଲର ରାଜେନ୍ଦ୍ର ପାଢୀ, ସଂଖ୍ୟାଲଘୁ ସେଲର ମହମଦ ୟାସୀନଙ୍କ ସମେତ ବହୁ ବିଜେଡି ନେତା ସ୍ୱାଗତ ଜଣାଇଛନ୍ତି । ବିଜୟଙ୍କ ନେତୃତ୍ୱରେ ଜିଲାରେ ସଂଗଠନ ଅଧିକ ସୁଦୃଢ ହେବା ସହ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦଳ ପୂର୍ବାପେକ୍ଷା ଭଲ କରିବ ବୋଲି ଏହି ନେତାମାନେ ଆଶା ପ୍ରକଟ କରିଛନ୍ତି ।


