କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘରେ ଘରେ ହାତ, ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଆୟୋଜିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟରେ ବିଜେଡି ସରକାର ଏବଂ କେନ୍ଦ୍ର ରେ ବିଜେପି ସରକାର ଥିବା ହେତୁ ଓଡିଶାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଅଧକ୍ଷ ଶରତ ପଟନାୟକଙ୍କର ତତ୍ତ୍ବାଧାନରେ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ କନ୍ଧମାଳ ଜିଲା କଂଗ୍ରେସ ପକ୍ଷରୁ ଘରେ ଘରେ ହାତ, ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲାର ଫୁଲବାଣୀ , ଜି.ଉଦୟଗିରି ଓ ବାଲିଗୁଡ଼ା ନିର୍ବାଚନ ମଣ୍ଡଳିରେ ଏହି କାର୍ଯ୍ୟକ୍ରମ ଦିନକୁ ଦିନ ବୃଦ୍ଧି ପାଇଥିବା ବେଳେ ଦାରିଙ୍ଗବାଡି ବ୍ଲକ କଂଗ୍ରେସ ତରଫରୁ ଦାରିଙ୍ଗବାଡି ବ୍ଲକ ସିମନବାଡ଼ି, ତିଲରୀ, ବୁଡ଼ାଗୁଡା ପଞ୍ଚାୟତର ବିଭିନ୍ନ ଗାଁ କରିପାଙ୍କକ୍ଷ, ଆଲକ୍ଷରି, ଲାରୀବାଡ଼ି, ଗବାଟବାଡ଼ି, ସରୁମାହା, ଜୋହାନପଲି ଅଞ୍ଚଳରେ ପ୍ରତି ଘରକୁ ଘର ବୁଲି ବେକାରୀ ସମସ୍ୟା, ବିପଯ୍ୟସ୍ତ ଡାକ୍ତରୀ ବ୍ୟବସ୍ଥା ଓ ଗରିବ ଲୋକଙ୍କର ବାସହୀନର ବ୍ୟବସ୍ତା ନେଇ ସମସ୍ୟା ଏବଂ କଂଗ୍ରେସ ଶାସନର ଓଡିଶା ପ୍ରତି ଅବଦାନ ସେ ନେଇ ସମସ୍ତ ଜନସାଧାରଣ ଙ୍କୁ ଅବଗତ କରାଯାଇଥିଲା। କାଯ୍ୟକ୍ରମକୁ ଦାରିଙ୍ଗବାଡି ବ୍ଲକ କଂଗ୍ରେସ କମିଟି ସଭାପତି ପ୍ରଦୀପ ନାୟକ, ନାରୀନେତ୍ରୀ ସୀମଳରାଣୀ ପଡ୍ରା, ସୁବିତା ଦିଗାଲ, କାଥଲିନା ପରିଛା, ଏଲନ ନାୟକ, ଶିଶିର ପରିଛା,ଦୀପକ ପ୍ରଧାନ, ଅମାନ ନାୟକ, ବିଦ୍ୟାଧର ମଲିକ ଆଦି କାଯ୍ୟକ୍ରମ ରେ ସାମିଲ ଥିଲେ l ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲାରେ କଂଗ୍ରେସ ପକ୍ଷରୁ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ