କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକରେ ବ୍ଳକ ଉପାଧ୍ୟକ୍ଷ ନିର୍ବାଚନ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲାର ୧୨ଟି ବ୍ଲକରେ ପଞ୍ଚାୟତ ସମିତି ଉପାଧ୍ଯକ୍ଷ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ୍ ଉପାଧକ୍ଷ ଭାବେ ସୋମନାଥ ବେହେରା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇ ଥିବା ବେଳେ ତୁମୁଡ଼ିବନ୍ଧ ବ୍ଲକ ଉପାଧ୍ୟକ୍ଷ ଭାବରେ ସନ୍ତୋଷ ସାହୁ, ଟିକାବାଲି ବ୍ଳକରେ ସସ୍ମିତା ପ୍ରଧାନ, ଖଜୁରୀପଡ଼ା ବ୍ଲକରେ ଅମିତ କୁମାର ଡିଗାଲ ,କ.ନୂଆଁଗା ବ୍ଲକରେ ଧବଳେଶ୍ଵର ପାତ୍ର, ଜି.ଉଦୟଗିରି ବ୍ଲକରେ ଏନ. ଲୁକ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଦାରିଙ୍ଗବାଡି ବ୍ଲକ୍ ସଶ୍ମିତା ପ୍ରଧାନ, କୋଟଗଡ଼ପୁଷ୍ପାଞଳି ଭାଟ, ରାଇକିଆ ବ୍ଲକରେ ରୀନା ପ୍ରଧାନ, ଫୁଲବାଣୀ ବ୍ଳକରେ ଶ୍ରୀନିବାସ ମଲିକ, ଫିରିଙ୍ଗିଆ ବ୍ଲକ ରେ ଅଜିତ ସାହୁ, ବାଲିଗୁଡ଼ା ବ୍ଲକ ରେ ନିକୋଜିନି ମଲିକ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ହେବାପରେ ସବୁ ବ୍ଲକ ରେ ଖୁସି ର ଲହରୀ ଖେଳି ଯାଇଛି l


