କନ୍ଧମାଳ ଜିଲ୍ଲା ଆଇନଜୀବି ସଂଘ ପକ୍ଷରୁ ଆର୍ଥିକ ସେବା ସାକ୍ଷରତା ସଚେତନ ଶିବିର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟ ସରକାରଙ୍କ ଆର୍ଥିକ ସେବା ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଫୁଲବାଣୀ ଜିଲା ଆଇନଜୀବି ସଂଘ ପକ୍ଷରୁ ଆର୍ଥିକ ସେବା ସାକ୍ଷରତା ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଇନଜୀବି ସଂଘର ସଭାପତି ଭଗବାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଡ଼େପୁଟି କଲେକ୍ଟର ଦିପ୍ତିମଣୀ ପ୍ରଧାନ, ସହାୟକ କଲେକ୍ଟର ବିବେକାନନ୍ଦ ସାମଲ, ପୋଷ୍ଟ ମାଷ୍ଟର ଅରୁଣ କୁମାର ସାହୁ ଓ ସନାତନ ପ୍ରଧାନ ପ୍ରମୁଖ ଯୋଗଦେଇ ଚିଟିଫଣ୍ଡ ସଂସ୍ଥାରୁ ସୁରକ୍ଷା ଓ ସୁରକ୍ଷିତ ସଂଚୟ ନେଇ ଜନସାଧାରଣଙ୍କୁ ଉପାଦେୟ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ କନ୍ଧମାଳ ଭାରପ୍ରାପ୍ତ ନିର୍ଦ୍ଦେଶକ ସଂଜୟ ଓ ଆର୍ଥିକ ସେବା ଅଧିକାରୀ ବିଜୟ ଚନ୍ଦ୍ର ପାଳ ଶିବିରର ଆବଶ୍ୟକତା ସହିତ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ସଂଚୟ ଯୋଜନା ଉପରେ ଆଲୋକପାତ କରିଥିଲେ। ଆଇନଜୀବି ସଂଘର ସଂପାଦକ କମଳ ବେହେରା ଉଦବୋଧନ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠିତ କାର୍ଯ୍ରକ୍ରମରେ ଆଇନଜୀବି ସଂଘର ବହୁ ସଦସ୍ୟ ଓ ସଦସ୍ୟାମାନେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ