କନ୍ଧମାଳ ଜିଲ୍ଲା ଇପିଏଫ୍ ପେନସନର୍ସ ସଂଘର ବିକ୍ଷୋଭ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ସଦର ମହକୁମା ଫୁଲବାଣୀଠାରେ ଅଲ୍ ଓଡ଼ିଶା ପେନସନର୍ସ କନ୍ଧମାଳ ଶାଖା ପକ୍ଷରୁ ୫ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଫୁଲବାଣୀ ବସଷ୍ଟାଣ୍ଡ ନିକଟରୁ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଚିବା ପରେ ସେଠାରେ ଦାବିପତ୍ର ପ୍ରଦାନ କରିଥିଲେ । ସଂଗଠନ ସଂପାଦକ ପ୍ରମୋଦ କୁମାର ଭୂୟାଁଙ୍କ ନେତୃତ୍ୱରେ କେଦାର ପାତ୍ର, ରଘୁନାଥ ରାଏ, ପୁରସ୍ତମ ନାୟକ, ପ୍ରଶାନ୍ତ କୁମାର ସାହୁ, ଉପେନ୍ଦ୍ର ପୃଷ୍ଟି, ପ୍ରଫୁଲ କୁମାର ଦଳବେହେରା, ବିଜୟ କୁମାର ସାହୁ, ମିନ କେତନ ସ୍ୱାଇଁ ଓ ନାରଦ ଭାଇ ପ୍ରମୁଖ ଏଥିରେ ସାମିଲ୍ ହୋଇଥିଲେ।


