କନ୍ଧମାଳ ଜିଲ୍ଲା କଂଗ୍ରେରେ ନୂତନ ଭାବେ ସୋସିଆଲ ମିଡିଆ ଜିଲା ଅଧ୍ୟକ୍ଷ ନିଯୁକ୍ତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟରେ ନୂଆ ପ୍ରଭାରୀ ଦାୟିତ୍ୱ ନେବା ପରେ କଂଗ୍ରେସ ଦଳର ସାଂଗଠନିକ ସ୍ତରରେ ଦ୍ରୁତ ଗତିରେ ଅଦଳବଦଳ ଚାଲିଛି। ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ଦଳ ସବୁ ଛାମୁଆ ସଙ୍ଗଠନକୁ ସକ୍ରିୟ କରିବା ପ୍ରୟାସ ଆରମ୍ଭ କରିଛି। ଏହି କ୍ରମରେ କନ୍ଧମାଳ ଜିଲ୍ଲା ସୋସିଆଲ ମିଡିଆ ଅଧ୍ୟକ୍ଷ ଓ ସଂଯୋଜକ ପଦବୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ବଳଦେବ ବେହେରାଙ୍କୁ ସୋସିଆଲ ମିଡିଆ ଜିଲ୍ଲା ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆ ଯାଇଥିବା ବେଳେ ଗୌରଚରଣ ବେହେରାଙ୍କୁ ସଂଯୋଜକ ଦାୟିତ୍ୱ ଦିଆଯାଇଛି।ଏ ନେଇ ରାଜ୍ୟ କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ଅମୀୟ ପାଣ୍ଡବ ଏକ ପ୍ରେସ ବିବୃତିରେ ଘୋଷଣା କରିଛନ୍ତି। ଉଭୟଙ୍କ ନୂତନ ନିଯୁକ୍ତି ପରେ ଦଳର ବିଭିନ୍ନ ମହଲରୁ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଏ ଅବସରରେ ପିସିସି ସଭାପତି ଓ ମିଡିଆ ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇବା ସହ ଜିଲ୍ଲାରେ ଦଳର ସୋସିଆଲ ମିଡିଆ ସେଲକୁ ଅଧିକ ସକ୍ରିୟ କରାଯିବା ଏବଂ ଅଧିକରୁ ଅଧିକ ସଦସ୍ୟଙ୍କୁ ଏଥିରେ ସାମିଲ କରାଯିବ ବୋଲି ବଳଦେବ ଓ ଗୌରଚରଣ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ