କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପରିଦର୍ଶନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଗ୍ରସ୍ତ କରି ସରକାରଙ୍କ ଦ୍ବାରା ନିର୍ମାଣ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ସହ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାବେ ବୈଷିକ ଶିକ୍ଷା ପାଇଁ ଖୋଲାଯାଇଥିବା ଆଇ,ଟି,ଆଇ କଲେଜ ପରିଦର୍ଶନ ସହ ଫିଟର ଓ ସିଲେଇ ପ୍ରାକ୍ଟଟିକାଲ କକ୍ଷ ବୁଲି ପିଲାଙ୍କ ଅଭାବ ଅସୁବିଧା ବୁଝିଥିଲେ l ଛାତ୍ରାବାସ ନିର୍ମାଣ ପାଇଁ ଛାତ୍ର ଛାତ୍ରୀ ଦାବି କରିଥିଲେ l ଏସବୁ ଦେଖିବା ପରେ ଅଧ୍ୟକ୍ଷା ସରକାର ଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ଜଳଛାୟା ବିଭାଗ ପକ୍ଷରୁ ଜାକେଶିର ଚାଷି ମାନଙ୍କ ସାମ୍ମୁହିକ ବିକାଶ ପାଇଁ ନିର୍ମାଣ କରାଯାଇଥିବା ଚେକ୍ ଡ୍ୟାମ, କେନାଲକୁ ପରିଦର୍ଶନ କରିଥିଲେ l ପରେ ପରେ କୋଟଗଡରେ ମହିଳା ମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ନୂତନ ମିଶନ ଗୃହର ଶୁଭ ଉଦଘାଟନ କରିଥିଲେ l ଏଥିରେ ଅଧ୍ୟକ୍ଷାଙ୍କ ସମେତ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ସାଂସଦ ପ୍ରତିନିଧି ମନୋଜ ସାବତ, ଏ.ପି.ଡି. ରାଜେଶ ବେହେରା, କୋଟଗଡ ବିଡ଼ିଓ ଅର୍ଜୁନ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ l ଅଧ୍ୟକ୍ଷାଙ୍କ ଏଭଳି ବିଭିନ୍ନ ବ୍ଲକ୍ ଗସ୍ତ ସହ ବିଭିନ୍ନ ସରକାରୀ ଯୋଜନାର ବିିକାଶକୁ ପରିଦର୍ଶନ କରିବା ଦ୍ବାରା ସାମୁହିକ ବିକାଶ ଓ ବିଭିନ୍ନ ଉନ୍ନୟନ ମୂଳକ କାମ ତ୍ବରାନ୍ନିତ ହେବା ସହ ବିଭାଗୀୟ ଅଧିକାରୀ ସ୍ବତନ୍ତ ଭାବେ ଗୁରୁତ୍ୱ ଦେବା ସହ କାର୍ଯ୍ୟକାରିତା କରିବା ନେଇ ଅଧ୍ୟକ୍ଷା ମତ ପ୍ରକାଶ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ