କନ୍ଧମାଳ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ପୁଣି ଆଗାମୀ ୧୦ଦିନ କନ୍ଧମାଳ ରହିବ ଲକ୍‌ଡାଉନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ମହାମାରୀ କରୋନା ଭାଇରସ ଲାଗି ୨୯ ତାରିଖ ବୁଧବାର ଠାରୁ ଅଗଷ୍ଟ ୭ ତାରିଖ ଯାଏଁ କନ୍ଧମାଳ ଜିଲ୍ଲା ଲକ୍‌ଡାଉନ୍‌ ରହିବ। ଜିଲ୍ଲାପାଳ ଡଃ. ବୃନ୍ଦା ଡି ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି ଯେ, କଣ୍ଟେନମେଣ୍ଟ ଜୋନ ଅଚଂଳରେ ଅନ୍ୟାଦେଶ ପର୍ଯ୍ୟନ୍ତ ଲକଡାଉନ ରହିବ। ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥକୁ ଅଗଷ୍ଟ ୭ ତାରିଖ ମଧ୍ୟ ରାତି ପର୍ଯ୍ୟନ୍ତ ସିଲ କରି ଦିଆଯିବ। ଉପ-ଜିଲ୍ଲାପାଳଙ୍କ ଠାରୁ ଅନୁମତି ଆଣି ଲୋକେ ଜରୁରୀକାଳୀନ ସମୟରେ ବାଇକରେ ଯାନବାହାନ ଗୁଡ଼ିକ ଚଳାଇପାରିବେ। ସରକାରୀ କର୍ମଚାରୀମାନେ ଜରୁରୀକାମରେ ଯିବାଆସିବା କରିପାରିବେ। ସେଥିପାଇଁ ସଂପୃକ୍ତ କର୍ମଚାରୀଙ୍କୁ ସରକାରୀ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ।
ଲକଡାଉନରେ କାହାକୁ ଅନୁମତି
ହସ୍‌ପିଟାଲ, କ୍ଲିନିକ, ନର୍ସିଂହୋମ, ପାଥୋଲୋଜୀ, ଔଷଧ ଦୋକାନ ଖୋଲା ରହିବ। ସେହିଭଳି ଆମ୍ବୁଲାନ୍ସ ସେବା ଜାରି ରହିବ।
ଜିଲ୍ଲା ଓ ପୌରପାଳିକା ପ୍ରଶାସନ, ପୁଲିସ ଓ ଦମକଳ ସେବା ବନ୍ଦ ରହିବ ନାହିଁ।
ଟେଲିକମ ସେବା ଓ ପୋଷ୍ଟ ଅଫିସ ସେବା ଚାଲିବ।
ପେଟ୍ରୋଲ ପମ୍ପଗୁଡ଼ିକ ଖୋଲା ରହିବ।
କନ୍ଧମାଳ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ପୁଲିସ ଦ୍ୱାରା ଜାରି କରାଯାଇଥିବା ପାସ ଦେଖାଇ ଗଣମାଧ୍ୟମର କର୍ମଚାରୀ ଯାତାୟତ କରିପାରିବେ।
ଜଳ ଯୋଗାଣ ଓ ସଫେଇ କାମ ଜାରି ରହିବ।
ଇଲେକ୍ଟ୍ରି ଯୋଗବାଇ ଓ ବିତରଣ କରିବା ବନ୍ଦ ହେବ ନାହିଁ।
ପୂର୍ବରୁ ଲୋଡ ହୋଇଥିବା ଜିନିଷ ଯାଇପାରିବ।
କୃଷିକାମ, ଉଦ୍ଦ୍ୟାନ ସଂପର୍କିତ କାମ ଚାଲିବ।
ଜାତୀୟ ରାଜପଥରେ ପରିବହନ ହୋଇପାରିବ।
ଆଇଆଇସିଙ୍କ ଅନୁମତି ନେଇ ଅନ୍ତିମ ସଂସ୍କାର କରାଯାଇପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ