କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ର ବାର୍ଷିକ ଉତ୍ସବ ଓ କର୍ମଶାଳା ରେ ଯୋଗଦେବେ ସୌମ୍ୟ ରଞ୍ଜନ ପଟନାୟକ

ଫୁଲବାଣୀ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ମିଡିଆ ଫରୋମ ପକ୍ଷରୁ ଆସନ୍ତା ୩୦ ଓ ୧ ତାରିଖ ଦୁଇଦିନ ଧରି ଏକ କର୍ମଶାଳା ଅନୁଷ୍ଠିତ ହେବ l ଏଥି ସହ ସଙ୍ଘର ବାର୍ଷିକ ଉତ୍ସଵ ମଧ୍ୟ ମହା ଆଡମ୍ବର ସହକାରେ ପାଳନ କରାଯିବ l ଏହି କର୍ମଶାଳାରେ ଇଷ୍ଟର୍ନ ମେଡିଆ ର ଅଧକ୍ଷ ତଥା ଖଣ୍ଡପଡାର ମାନ୍ୟବର ବିଧାୟକ ଶ୍ରୀ ସୌମ୍ୟରଞ୍ଜନ ପଟନାୟକ ଓ ରାଜ୍ୟର ବରିଷ୍ଠ ସାମ୍ବାଦିକଶ୍ରୀ ନୀଳାମ୍ବର ରଥ, ଶ୍ରୀ ରାଜାରାମ ଶତପଥୀ, ଶ୍ରୀ ଅରବିନ୍ଦ ମହାପାତ୍ର,ପ୍ରିୟରଞ୍ଜନ ସାହୁ, ଡ ଜ୍ୟୋତି ପ୍ରକାଶ ମହାପାତ୍ର ଓ ଡ ରାଜୀବ କୁମାର ପଣ୍ଡା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଅର୍ଗାନାଇଜିଙ୍ଗ କମିଟି, ଫାଇନାନ୍ସ କମିଟି, ଫୁଡ କମିଟି, ରିସେପସନ କମିଟି, ସାଂସ୍କୃତିକ କମିଟି ଆଦି ଗଠନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେବେ ବୋଲି ଫୋରମର ସଭାପତିଶ୍ରୀ ସୁନୀଲ ବିଶ୍ୱାଳ ଓ ସମ୍ପାଦକ ଶ୍ରୀ ସୂର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ସୂଚନା ଦେଇଛନ୍ତି l କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଭାପତି ଶ୍ରୀ ବିଶ୍ୱାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଏବଂ ବହୁ ସଂଖ୍ୟାରେ କର୍ମଶାଳା ରେ ଯୋଗଦାନ କରି ସଫଳ କରିବା ପାଇଁ ଅନୁରୋଧ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ