କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁଇପର ଷ୍ଟିଚ କରୁଥିବା ଅଭିଯୋଗ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା  ଫୁଲବାଣୀ ସାହିର ଦିବ୍ୟ ପ୍ରକାଶ ମହାନ୍ତି ସୋମବାର ପାଇଖାନାଘରେ ପଡିଯିବାରୁ ହାତ କହୁଣୀ ପାଖରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତ ସ୍ରାବ ହେଉଥିଲା । ତାଙ୍କ ମାମୁଁ କୈଳାସ ମହାନ୍ତି ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ । ଆଉଟ ଡୋରରେ ପଞ୍ଜିକରଣ ପରେ ଶଲ୍ୟ ବିଭାଗକୁ ପଠାଇ ଦେଇଥିଲେ।ସେଠାରୁ ଷ୍ଟିଚ ପକାଇବାକୁ ଡ୍ରେସିଂ ରୁମକୁ ନେଇଥିଲେ । କିନ୍ତୁ ସେଠାରେ ନା ଥିଲେ ଫାର୍ମାସିଷ୍ଟ ନା ଡାକ୍ତର । ଜଣେ ସୁଇପର ଷ୍ଟିଚ କରିଥିଲେ, ଯାହା ଦେଖି ମାମୁଁ କୈଳାସ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଯେଉଁ ପ୍ରକାର ସିଲେଇ କରାଯାଇଛି ଯେମିତି କୌଣସି ଅଖା ସିଲେଇ କରାଯାଏ । ଏ ସମ୍ପର୍କରେ ଶଲ୍ୟ ବିଭାଗ ଡାକ୍ତରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏଠାରେ ନିୟମିତ ସୁଇପର ମାନଙ୍କ ଦ୍ୱାରା ନିୟମିତ କ୍ଷତ ସ୍ଥାନ ର ଷ୍ଟିଚ ଓ ଡ୍ରେସିଂ ହେଉଥିବା କୈଳାସ ମହାନ୍ତି ଅଭିଯୋଗ କରିଛନ୍ତି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବୀ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ