କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ବୈଠକ; ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା   ଫିରିଙ୍ଗିଆ ଠାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇ ଯାଇଛି  ସଂଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ. ଅରୁପ କୁମାର ଜେନାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ସାମ୍ବାଦିକ ତଥା ସଂପାଦକ ସୁନୀଲ ପଟନାୟକ, ବିଜୟ ମହାନ୍ତି, ନାରାୟଣ ସାହୁ, ସନ୍ତୋଷ କୁମାର ଡିଗଲ, ଅଜିତ ମହାରଣା, ଅଶୋକ ପରୀଡ଼ା, ପ୍ରକାଶ ଚନ୍ଦ୍ର ନାୟକ, ପ୍ରମୋଦ କୁମାର  ଦଣ୍ଡସେନା,  ମହାଦେବ ସାହୁ,ଅଭିମନ୍ୟୁ ପଣ୍ଡା. କିଶୋର ଚନ୍ଦ୍ର ସାହୁ  ପ୍ରମୁଖ ଯୋଗଦେଇ ବିଭିନ୍ନ ସମୟରେ  କର୍ତ୍ତବ୍ୟରତ ସାମ୍ବାଦିକମାନେ ସତ୍ୟ ସମ୍ବାଦ ପ୍ରକାଶ କରି ଅସାମାଜିକ ବ୍ୟକ୍ତି,ରାଜନୈତିକ ନେତା ଓ କର୍ମୀମାନଙ୍କ ଆକ୍ରମଣ ର ଶିକାର ହେଉଛନ୍ତି। ପୋଲିସ ଓ ପ୍ରଶାସନ ପକ୍ଷରୁ ସାମ୍ବାଦିକମାନଙ୍କୁ ସୁରକ୍ଷା ଦିଆଯାଉ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ।ଯେ କୌଣସି ପରିସ୍ଥିତିରେ ମଧ୍ୟ କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ସଂପାଦକ ଶ୍ରୀ ପଟନାୟକ ଦାବୀ କରିଥିଲେ।ସତ୍ୟ ସମ୍ବାଦ ଲୋକଲୋଚନକୁ ଆଣି ଅନେକ ସମୟରେ କନ୍ଧମାଳ ଜିଲ୍ଲା ସମେତ ରାଜ୍ୟ ର ସବୁ ସ୍ଥାନରେ ଆକ୍ରୋଶ ର ଶିକାର ହେଉଛନ୍ତି ସାମ୍ବାଦିକମାନେ। ଯାହା ଦ୍ଵାରା କି ସତ୍ୟ ଖବର ସାମନାକୁ ନ ଆସିଲେ ଗଣତନ୍ତ୍ର ଓ ସମାଜ ପ୍ରତି ବିପଦ ସୃଷ୍ଟି ହେବ ବୋଲି ସଂପାଦକ ପଟନାୟକ ପ୍ରକାଶ କରିଥିଲେ। ସଭାପତି ଡ.ଅରୁପ ଜେନା ମଧ୍ୟ କୌଣସି ପରିସ୍ଥିତିରେ  ସାମ୍ବାଦିକମାନଙ୍କ ଉପରେ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ବୋଲି କହିବାସହ ସାମ୍ବାଦିକମାନଙ୍କ ମଧ୍ୟରେ ଏକତା , ସଂହତି ଓ ଭାତୃତ୍ଵ ଭାବ ବଜାୟ ରଖିବା ଲାଗି ଆହ୍ବାନ କରିଥିଲେ  । ସାମ୍ବାଦିକ  ମାନେ ନିଷ୍ଠା  ଓ ଆନ୍ତରିକତା ର ସହ  ସମାଜ ର ସେବା କରିବା ପାଇଁ ପରାମର୍ଶ ଦେଇଥିଲେ l ଏହି ସଂଘ ରାଜ୍ୟର ସର୍ବପୁରାତନ ସଂଘ ଆଉ ସଂଘ ସର୍ବଦା ସାମ୍ବାଦିକମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟିଦେଇ ଆସିଥିବା କହିଥିଲେ ଡ.ଜେନା ଏହି ସଂଘ କୁ ଅଧିକରୁ ଅଧିକ ମଜବୁତ କରିବାପାଇଁ ଡ.ଜେନା ପରାମର୍ଶ ଦେଇଥିଲେ।କରୋନା କଟକଣା ଯୋଗୁ ବିଳମ୍ବ ହୋଇଥିବା ସଂଘର ରାଜ୍ୟସ୍ତରୀୟ ପ୍ରତିଷ୍ଠା ଉତ୍ସବ ଅତି ଶିଘ୍ର ପାଳନ କରିବାଲାଗି ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ଜିଲ୍ଲାର ପ୍ରତ୍ୟେକ ସ୍ଥାନରୁ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ। ସଂଘର ସାଧାରଣ ସଂପାଦକ ଜୟସେନପରୀଡା ବିବରଣୀ ପାଠ କରିଥିଲେ। ସଂଘର ବରୀଷ୍ଠ ସଦସ୍ୟ ଅଶୋକ ରାଏ ପୂର୍ଣ୍ଣ ସହଯୋଗ କରିବା ସହ ବୈଠକ ଆୟୋଜନ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ