କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ର ସାଧାରଣ ବୈଠକ ଓ ବନ୍ଧୁମିଳନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ (କେଡିଜେଏ)ର ଏକ ସାଧାରଣ ବୈଠକ ଓ ନବ ବର୍ଷ ଅବସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଖଜୁରୀପଡା ବ୍ଲକ ଅନ୍ତର୍ଗତ ପିଲାସାଲକୀ ଡ୍ୟାମ ପରିସର ରେ ଅନୁଷ୍ଠିତ ହୋଇଯାଇଛି l ଜ଼ିଲ୍ଲାର ଫୁଲବାଣୀ ସଦର ବାଲିଗୁଡା, କୋଟଗଡ,ତୁମୁଡିବନ୍ଧ,ଫିରିଙ୍ଗିଆ,ରାଇକିଆ,ଘୁ.ଉଦୟଗିରି, ଖଜୁରୀପଡା, ରାଇକିଆ,ଟିକାବାଲି ଭଳି ବାରଗୋଟି ବ୍ଲକର ସମସ୍ତ ସାମ୍ବାଦିକ ମାନେ ଯୋଗଦେଇଥିଲେ l ଏହି ଅବସରରେ ସଂଘ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ କୁମାର ଜେନା ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ଉପସଭାପତି ସମୀର ପାଢ଼ୀ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡିଗାଲ, ସମ୍ପାଦକ ପ୍ରମୋଦ ଦଣ୍ଡସେନା ଅଭିମନ୍ୟୁ ପଣ୍ଡା, ସମ୍ପାଦକ ଶ୍ରବଣ ଡିଗାଲ, ରାମକୃଷ୍ଣ ଚୌଧୁରୀ ସଂଗଠନ ସମ୍ପାଦକ ଜୟ ସେନ ପରିଡା ପ୍ରମୁଖ ମଂଚାସୀନ ଥିଲେ l ସାମ୍ବାଦିକ ମାନଙ୍କ ବୃତ୍ତିଗତ ସୁରକ୍ଷା ଓ ଦାବି ହାସଲ ପାଇଁ ଏକଜୁଟ ହୋଇ ସଂଗଠନ କୁ ଅଧିକ ସୁଦୃଢ଼ କରିବାକୁ ପଡିବ ବୋଲି ମତ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ନାରାୟଣସାହୁ, ଶିବାନନ୍ଦ ପଟନାୟକ, ସୂର୍ଯ୍ୟ ବେହେରା, ସୂର୍ଯ୍ୟ ନାୟକ, କ୍ଷିତୀଶ ମଲିକ, ଅଶୋକ ରାୟ, ପ୍ରମୁଖ ନବ ବର୍ଷ ର ଅଭିନନ୍ଦନ ଜଣାଇବା ସହ ସଂଗଠନ କୁ ଆହୁରି ଶକ୍ତିଶାଳୀ ଯେପରି ହେବ ସେଥିପ୍ରତି ସମସ୍ତେ ଆନ୍ତରିକ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ ଏବଂ ସାମ୍ବାଦିକ ଏକତା ଅକ୍ଷୁର୍ଣ୍ଣ ରଖିବାପାଇଁ ବଜ୍ର ଶପଥ କରିଥିଲେ l ସାଧାରଣ ସମ୍ପାଦକ ଅଶୋକ ପରିଡା ସ୍ଵାଗତ ଭାଷଣ ଦେବା ସହ ବିବରଣୀ ପାଠ କରିଥିଲେ l ନବ ବର୍ଷ ଅବସର ରେ ସଂଘ ପକ୍ଷରୁ ଜିଲାର ସମସ୍ତ ବ୍ଲକ ରୁ ଯୋଗ ଦେଇଥିବା ସତୁରି ଜଣ ସାମ୍ବାଦିକ ଙ୍କୁ ଉପଢୌକନ ଓ ଡ଼ାଇରୀ, ପେନ, ଫୁଲ ତୋଡ଼ା ଦେଇ ସମ୍ବର୍ଧିତ କରାଯାଇଥିଲା l ଫେବୃଆରୀ ପ୍ରଥମ ସପ୍ତାହ ରେ ବାଲିଗୁଡା ଠାରେ ଏକ ବିଶାଳ ସମାବେଶ କରାଯିବାକୁ ନିଷ୍ପତି ନିଆ ଯାଇଛି l ଏହି କାର୍ଯ୍ୟକ୍ରମ ସଫଳ କରିବାରେ ସାମ୍ବାଦିକ କ୍ଷିତୀଶ ମଲିକ, ସନ୍ତୋଷ ବେହେରା, ଶିବରାମ ନାୟକ, ସୁଧୀର ମହରଣା, ଶିବ ବିଶ୍ୱାଳ, ରମେଶ ପ୍ରଧାନ, ବାପି ପଟନାୟକ ପ୍ରମୁଖ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ