କନ୍ଧମାଳ ଜିଲ୍ଲା ସ୍ତରୀୟ ଜୁଡ଼ ସେମିନାର ଉଦଯାପିତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ସ୍ତରୀୟ କୁଡ଼ ସେମିନାର ଦାରିଙ୍ଗବାଡି ଜାଗୃତି ସଭାଗୃହ ଠାରେ ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନଥିବା ବେଳେ ସମ୍ମାନିତ ଅତିଥି ଭାବେ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ , ରାଜ୍ୟ କୁଡ ଆସୋସିଏସନ ର ସମ୍ପାଦକ ନିତାଇ ଶଙ୍କର ଗୁଇନ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଜ୍ୟ ମହିଳା ସଭାପତି ନର୍ମଦା ଗୁଇନ, ବରିଷ୍ଠ କୁଡ଼ ବ୍ଲାକ ବେଲ୍ଟ ମୁକେଶ କୁମାର ନାୟକ, ଜାତୀୟ କୁଡ ସ୍ବର୍ଣ୍ଣ ପଦକ ଧାରୀ ତ୍ରିବିକ୍ରମ ଗୁଇନ, ଜିଲ୍ଲା କୁଡ ଆସୋସିଏସନ ସଭାପତି ବିରଞ୍ଚି ନାରାୟଣ ସାହୁ ଏବଂ ସମ୍ପାଦକ ଦାରାସିଂ ପରିଛା ପ୍ରମୁଖ ଯୋଗ ଦେଇଥିଲେ । ଏହା ପରେ ଅତିଥି ମାନେ ଛାତ୍ର ଛାତ୍ରୀଙ୍କ ଚରିତ୍ର ଗଠନ ସହିତ ନିଜକୁ ଓ ଅନ୍ୟ ମାନଂକୁ ସୁରକ୍ଷା ଦେବା ପାଇଁ ଗୁରୁତ୍ୱ ଦେଇ ପ୍ରଶିକ୍ଷଣ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ମାର୍ଶାଲ କଳାକୁ ପ୍ରଦର୍ଶନ କରି ନିଜର ଦକ୍ଷତା ପ୍ରକାଶ କରିଥିଲେ ।


