କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରକଳ୍ପ ମର୍ଯ୍ୟଦା ଜନକ ସ୍କଚ୍ ଅୱାର୍ଡ ପାଇବାକୁ ଯୋଗ୍ୟ ବିବେଚିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରକଳ୍ପ ମର୍ଯ୍ୟଦା ଜନକ ସ୍କଚ୍ ଅୱାର୍ଡ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ସିଲଭର ବିଭାଗରେ ପାଇବାକୁ ଶନିବାର ଯୋଗ୍ୟ ବିବେଚିତ ହୋଇଥିବାର ଜଣାଯାଇଛି। ଏହି ଆୱାର୍ଡର ଫାଇନାଲ ରାଉଣ୍ଡରେ ଦେଶର ବିଭିନ୍ନ ରାଜ୍ୟରୁ ୩୪ଟି ପ୍ରକଳ୍ପ ସ୍ଥାନୀତ ହୋଇଥିବା ବେଳେ ପ୍ଲାଟିନମ୍, ଗୋଲ୍ଡ ଓ ସିଲଭର ବିଭାଗରେ ପୁରସ୍କାର ପାଇଁ ସ୍କଚ୍ ଅନଲାଇନରେ ଭୋଟିଂ ହୋଇଥିଲା। ଆୟୋଜକ ସଂସ୍ଥା ଭୋଟିଂକୁ ବିଚାରକୁ ନେଇ ପ୍ରତ୍ୟେକ ବିଭାଗରେ ଦୁଇଟି ଲେଖାଏଁ ପ୍ରକଳ୍ପକୁ ଆୱାର୍ଡ ପାଇଁ ମନୋନୀତ କରିଛିି। ନବରଙ୍ଗପୁର ଜିଲ୍ଲାର ପ୍ରକଳ୍ପ ପ୍ଲାଟିନିୟମ ବିଭାଗରେ ଓ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପ୍ରକଳ୍ପ ସିଲଭର ବିଭାଗରେ ଆୱାର୍ଡ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ନେଇ ସଂସ୍ଥା ପକ୍ଷରୁ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଛି। କନ୍ଧମାଳ ଜିଲ୍ଲାର ପକ୍ଷରୁ ହସ୍ପିଟାଲରେ ପ୍ରସବ ପାଇଁ ବାଇକ୍ ଆମ୍ବୁଲାନ୍ସ, ପ୍ରସବ ଯାନ ଓ ଜନନୀ ଅଟୋ ପ୍ରଚଳନ ପାଇଁ ଯୋଜନା କରି କାର୍ଯ୍ୟକାରୀ କରିଥିଲା। ଯାହାକି, ହସ୍ପିଟାଲ ପ୍ରସବ ବୃଦ୍ଧି ପାଇବା ସହ ଶିଶୁ ଓ ମାତୃ ମୃତ୍ୟୁହାରରେ ଯଥେଷ୍ଟ ହ୍ରାସ୍ ପାଇଥିଲା। କନ୍ଧମାଳ ଜିଲ୍ଲାର ଏହି ସଫଳତାକୁ ଦେଖି ଅନ୍ୟ ଜିଲ୍ଲା ମାନେ ମଧ୍ୟ ଏହି ଯୋଜନାକୁ ହାତକୁ ନେଇଛନ୍ତି।ଏହି ପ୍ରକଳ୍ପକୁ ସ୍କଚ ଆୱାର୍ଡ ପାଇଁ ସ୍ୱାସ୍ଥ୍ୟ ବିଭାଗ ପଠାଇଥିବା ବେଳେ ଏହା ସିଲଭର ବିଭାଗରେ ପୁରସ୍କାର ପାଇବାକୁ ଯୋଗ୍ୟ ହୋଇଛି। ଗତବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲା ସ୍କଚ୍ ଆୱାର୍ଡ ପାଇଥିଲା। ଜିଲ୍ଲାର ଉଦ୍ୟାନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ମିଶନ ୧୭୧ ପାଇଁ ଏହି ପୁରସ୍କାର ପାଇଥିଲା। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଜିଲ୍ଲା ସ୍କଚ୍ ଆୱାର୍ଡ ପାଇଥିବାରୁ ପ୍ରଶାସନ ପକ୍ଷରୁ ଖୁସି ପ୍ରକଟ କରାଯାଇଥିବା ବେଳେ ଭୋଟିଂରେ ଯେଉଁମାନେ ସାମିଲ୍ ହୋଇଥିଲେ ସେମାନଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁବାଦ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ