କନ୍ଧମାଳ ଟିମ୍ ହ୍ୟୁମାନିଟି ପକ୍ଷରୁ ଅସହାୟ ମହିଳା ଙ୍କ ଶବ ସତ୍କାର
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳର ବସଷ୍ଟାଣ୍ଡ ପାଖରେ ଶୁଭ ଲକ୍ଷ୍ମୀ ପାତ୍ର ନାମକ ଜଣେ ମହିଳା ଦୀର୍ଘ ବର୍ଷ ଧରି ରହି ଆସୁଥିଲେ। ବୟସ ପ୍ରାୟ ୬୦, ଅସହାୟ ଅବସ୍ଥାରେ ଦୀର୍ଘ ଦିନ ହେବ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ । ଅସୁସ୍ଥତା କାରଣରୁ ହିଁ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ସହଯୋଗ ପାଇଁ ପରିବାର ଲୋକେ ଅସମର୍ଥ ଦର୍ଶାଇ ଟିମ୍ ହ୍ୟୁମାନିଟି କନ୍ଧମାଳର ସାହାଯ୍ୟ ଲୋଡିଥିଲେ । ଏ ସମ୍ଵନ୍ଧରେ ଟିମ୍ ହ୍ୟୁମାନିଟି କନ୍ଧମାଳର ଆବାହକ ଭି.ଲୋକନାଥ ରାଜୁଙ୍କୁ ଯୋଗାଯୋଗ କରିଥିଲେ । ଟିମ୍ ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ଅନୁପ ବିକ୍ରମ ପାତ୍ର, ଅମରଜ୍ୟୋତି ପ୍ରଧାନ ତୁରନ୍ତ ପଦକ୍ଷେପ ଗ୍ରହଣ ସ୍ଵରୁପ ଉକ୍ତ ସ୍ଥାନରେ ପହଞ୍ଚିବା ପରେ ଶବ ସତ୍କାର କରିବା ପାଇଁ ଯୋଜନା କରି ନିକଟସ୍ଥ ସ୍ମଶାନରେ ଶବଦାହ କରିଥିଲେ । କନ୍ଧମାଳ ଟିମ୍ ହ୍ୟୁମାନିଟି ର ଏଭଳି ଜନହିତକର କାର୍ଯ୍ୟକୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି l