କନ୍ଧମାଳ ଟିମ ହ୍ୟୁମାନିଟିର ସ୍ୱର୍ଗରଥ ଲୋକାର୍ପିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲରେ କାର୍ଯ୍ୟରତ ଥିବା ଯୁବ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟିମ ହ୍ୟୁମାନିଟି ଦ୍ୱାରା ଶୁକ୍ରବାର ଗାନ୍ଧୀଜୟନ୍ତୀ ଅବସରରେ ଆରମ୍ଭ ହୋଇଛି ଆଉ ଏକ ଜନ ମଙ୍ଗଳକାରୀ ସେବା ବ୍ୟବସ୍ଥା ସ୍ୱର୍ଗ ରଥ ସେବା। ତାହା ଆନୁଷ୍ଠାନିକ ଭାବେ କନ୍ଧମାଳବାସୀଙ୍କ ସେବାରେ ଲୋକାର୍ପିତ ହୋଇଛି। ଫୁଲବାଣୀ ମା’ ନାରାୟଣୀ ମନ୍ଦିର ପ୍ରାଙ୍ଗଣାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରେ ଥିବା କିନ୍ନରମାନେ ଅତିଥିଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ଏସଡିପିଓ ମହେନ୍ଦ୍ର କୁମାର ମୁର୍ମୁ ଯୋଗ ଦେଇ ଉକ୍ତ ରଥର ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ଟିମ ହ୍ୟୁମାନିଟିର ଉପଦେଷ୍ଟା ଅଶୋକ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ଯେଉଁ ମାନଙ୍କ ଯୋଗୁଁ ଏହି ଜନ ମଙ୍ଗଳକାର୍ଯ୍ୟ ବ୍ୟବସ୍ଥା ହୋଇ ପାରିଛି ସେହିମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ଟିମ୍‍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସେହିମାନେ ହେଲେ ସଦସ୍ୟ ଭି.ଜଗନ୍ନାଥ ରାଜୁ, ଅଲୋକ କୁମାର ବିଶୋୟୀ, ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଶାଇରାମ୍‍ ପାତ୍ର, ଅନ୍ତର୍ଯ୍ୟାମୀ ପ୍ରଧାନ ଏବଂ ପ୍ରଫୁଲ କୁମାର ପୃଷ୍ଟି ପ୍ରମୁଖ। ଟିମ ହ୍ୟୁମାନିଟିର ଆବାହକ ଭି.ଲୋକନାଥ ରାଜୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଦେଷ୍ଟା ପ୍ରଶାନ୍ତ କୁମାର ବେହେରା, ଆଇନଜୀବି ବିଜୟକୃଷ୍ଣ ପଟ୍ଟନାୟକ, ଶ୍ରୀକାନ୍ତ ଦାସ, ଫୁଲବାଣୀ ଅଗ୍ନିଶମ ବିଭାଗର ହାବିଲଦାର ଚିତରଞ୍ଜନ ସାହୁଙ୍କ ସମେତ ଟିମର ଫୁଲବାଣୀ, ଟିକାବାଲି, ଫିରିଙ୍ଗିଆ ଓ ଘୁ.ଉଦୟଗିରି ଆଦି ଅଞ୍ଚଳର ସଦସ୍ୟ ଓ ସଦସ୍ୟମାନେ ଉପସ୍ଥିତ ରହିଥିଲେ। ଏଥି ସହିତ କିନ୍ନର ସଂଘର ସଦସ୍ୟଙ୍କ ସମେତ ସ୍ୱର୍ଗରଥ ପ୍ରସ୍ତୁତିରେ ସହାୟତାର ହାତ ବଢାଇଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଟିମ୍‍ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିଭଳି ବିଭିନ୍ନ ସମୟରେ ସହଯୋଗର ହାତ ବଢାଇଥିବା ବହୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ସେମାନଙ୍କର ସହାୟତା ପାଇଁ ସେମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଟିମ୍‍ର ଏହିଭଳି ଆଉ ଏକ ମହତ କାର୍ଯ୍ୟକ୍ରମକୁ ଏସଡିପିଓ ଶ୍ରୀ ମୁର୍ମୁ ପ୍ରସଂଶା କରିଥିଲେ। ତାଙ୍କର ବକ୍ତବ୍ୟରେ ଟିମ ହ୍ୟୁମାନିଟି ଦ୍ୱାରା କରାଯାଉଥିବା ସମାଜସେବା କାର୍ଯ୍ୟ ସମଗ୍ର ଜିଲ୍ଲା ସମେତ ରାଜ୍ୟରେ ମଧ୍ୟ ଉଚ୍ଚ ପ୍ରସଂଶା ମିଳୁଥିବା କହିଥିଲେ। ପ୍ରକାଶଯେ, କନ୍ଧମାଳ ଟିମ୍‍ ହ୍ୟୁମାନିଟି ପକ୍ଷରୁ ଗତ ଦିନରେ ବସ୍ତ୍ର ଷ୍ଟଲ, ରକ୍ତଦାନ କାର୍ଯ୍ୟକ୍ରମ, ଦୁର୍ଘଟଣାର ପିଡିତଙ୍କୁ ତୁରନ୍ତ ସେବା, ଲକଡାଉନ ବେଳେ ଗରିବ ଲୋକଙ୍କୁ ଖାଦ୍ୟ ବିତରଣ, ଲୋକଙ୍କ ଘରେ ପଶିଥିବା ସାପକୁ ଧରି ଜଙ୍ଗଲରେ ଛାଡିବା ଏବଂ ଅସହାୟ ପରିବାରକୁ ସହାୟତା କରିବା ସହିତ କୋଭିଡ଼ରେ ଯେଉଁମାନେ ଦେହାନ୍ତ ଘଟିଛି ସେମାନଙ୍କୁ ମଧ୍ୟ ସେବା ପ୍ରଦାନ କରିଛି। ସେହିପରି ଏହି ସ୍ୱର୍ଗରଥ ସେବାକୁ ମଧ୍ୟ ଜାରୀ ରଖିବାକୁ ଯୋଜନା ପ୍ରସ୍ତୁତ ନେଇ ଏହ ପଦକ୍ଷେପ ନିଆଯାଇଥିବା ବେଳେ ଆଗାମୀ ଦିନରେ ଏନେଇ କିଭଳି ଭାବେ ସେବା ପ୍ରଦାନ କରାଯିବ ସେ ନେଇ ବିସ୍ତୃତ ଭାବେ ଜଣାଇ ଦିଆଯିବ ବୋଲି ଟିମର ସଦସ୍ୟ ଭି.ଲୋକନାଥ ରାଜୁ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ