କନ୍ଧମାଳ ନିର୍ମାଣ ସଂଗଠନ ପକ୍ଷରୁ ବିକ୍ଷୋଭ
ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା) : କମ୍ପାନି ପ୍ରତିତରେ ଅଣାଯାଇଥିବା ଚାଷୀ ବିରୋଧି କୃଷି ବିଲ୍ ପ୍ରତ୍ୟାହାର ଦାବିରେ ଆଜି କନ୍ଧମାଳ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଫୁଲବାଣୀ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ଜିଲା ସଂଯୋଜକ ଚାଣକ୍ୟ କହଁରଙ୍କ ନେତୃତ୍ୱରେ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରରେ ଆସି ଜିଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ଫୁଲବାଣୀ ବ୍ଳକ ସଂଯୋଜକ ବିଶ୍ୱାମିତ୍ର ଦିଗାଲ , ଖଜୁରିପଡ଼ା ବ୍ଳକ ସଂଯୋଜକ ଭାବିନ୍ଦ୍ର କର୍ହର , ଉମାଚରଣ କର୍ହର , ମାନସୀ କହଁର , ବାଲମତି କର୍ହର , ଜଳନ୍ଧର କହଁର ଓ ଲିଲି କହଁରଙ୍କ ସମେତ ଅନ୍ୟମାନେ ସାମିଲ୍ ହୋଇଥିଲେ । ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।


