କନ୍ଧମାଳ ପିପୁଲ୍ସ ଫୋରମ ପକ୍ଷରୁ ମାସ୍କ ଓ ସାବୁନ ବାଣ୍ଟି କରୋନା ସଚେତନତା ବାର୍ତ୍ତା ଦେଲେ

ଫୁଲବାଣୀ, (ସୂର୍ଯ୍ୟ ନାରାୟଣ ବେହେରା):କନ୍ଧମାଳ ପିପୁଲ୍ସ ଫୋରମ ର ସଭାପତି ଶ୍ରୀ ରାଧାମୋହନ ମହାପାତ୍ର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଗ୍ରାମକୁ ଯାଇ ମାସ୍କ ,ସାବୁନ, ବିସ୍କୁଟ ବାଣ୍ଟିବା ସହ ଲୋକଙ୍କୁ କରୋନା ସଂକ୍ରମଣ ବିଷୟରେ ସଚେତନତା କରିଥିବା ଦେଖିବାକୁ ମିଳିଛି।ସେ ଜିଲ୍ଲା ର ମୌଳିକ ସମସ୍ୟା ପାଇଁ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ କିନ୍ତୁ ବର୍ତ୍ତମାନ ଜିଲ୍ଲାର ଲୋକମାନଙ୍କ ସୁରକ୍ଷା ପାଇଁ ସଚେତନତା କରି ମାସ୍କ, ସାବୁନ, ବିସ୍କୁଟ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି।ସେ ଲୋକ କରୋନା ରୋଗକୁ ଭୟ କରିବାର କିଛି ଆବଶ୍ୟକ ନାହିଁ ଘରେ ରୁହନ୍ତୁ,ବାହାରେ ବୁଲାବୁଲି କରନ୍ତୁ ନାହିଁ, ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟ କରନ୍ତୁ ବୋଲି ସଚେତନତା କରୁଛନ୍ତି।ଏହି ସଚେତନତା କାର୍ଯ୍ୟକ୍ରମ କରୋନା ସମସ୍ୟା ଥିବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରଖିବେ ବୋଲି ପିପୁଲ୍ସ ଫୋରମ ର ସଭାପତି ରାଧାମୋହନ ପ୍ରକାଶ କରିଛନ୍ତି।ଏହି ଭଳି କାର୍ଯ୍ୟକ୍ରମ କୁ ବହୁ ବୁଦ୍ଧିଯିବି ମାନେ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ