କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଜି.ଉଦୟଗିରିରେ ଶାଖା କାର୍ଯ୍ୟାଳୟ ପାଇଁ ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ସ୍ଥିତ ଲ୍ୟାମ୍ପସ କାର୍ଯ୍ୟଳୟ ପରିସରରେ କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ୱାଦିକ ତଥା କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦର ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦର ଶାଖା କାର୍ଯ୍ୟାଳୟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦର ଉପ ସଭାପତି ଦିଲୀପ କୁମାର ସାହାଣୀ, ସହ ସଂପାଦକ, ଶୁଭେନ୍ଦୁ ତ୍ରୀପାଠୀ ଉପସ୍ଥିତ ରହି ଏହାର ଆଭିମୁଖ୍ୟ ସଂପର୍କରେ ବୁଝାଇଥିଲେ। ଆଗାମୀ ଦିନରେ ଜି.ଉଦୟଗିରିକୁ ରାଜସ୍ବ ଉପଖଣ୍ଡ ମାନ୍ୟତା, ଇକୋ ପାର୍କ ଓ କାଲିଗାଦୁ ହିଲ ଟପ୍ କୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପ୍ରଦାନ, ରଜାଗାଦା ଜଳପ୍ରପାତ, କଳିଙ୍ଗାଘାଟିର ବିକାଶ ଊପରେ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ସାମ୍ବାଦିକ ଦେବନାଥ ଦଳବେହେରା, ରାମକୃଷ୍ଣ ଚୌଧୁରୀ,ଗଗନ ପ୍ରଧାନ, ବିନୋଦ ବିହାରୀ ଦାସ, ଚିତ୍ତରଞ୍ଜନ ସାହୁ, ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରେ ମାଲିକାପଡି ପଞ୍ଚାୟତ ସ୍ଥିତ ବାଦେନାଯୁ ଗ୍ରାମର କିଛି ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ